ମୃତ ଛାତ୍ର ଙ୍କ ପରିବାର କୁ ସହାୟତା ପ୍ରଦାନ

0
225

ବ୍ରହ୍ମପୁର,୧୪/୦୬/୨୦୨୧ (ଟୁକୁନା ପ୍ରଧାନ)-: ମୃତ୍ୟୁ ବରଣ କରିଥିବା ଛାତ୍ର ଙ୍କ ପିତା ରବିନ୍ଦ୍ର ପଣ୍ଡା ଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି ଗଞ୍ଜାମ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିକ୍ଷକ ବୁଦ୍ଧିରାମ ଗୌଡ, ବଂଶୀଧର ପଣ୍ଡା, ନିରଞ୍ଜନ ପ୍ରଧାନ, ନିଲୁ ସାହୁ ସ୍ଵର୍ଗତ ଛାତ୍ର ମନୋରଞ୍ଜନ ପଣ୍ଡା ଙ୍କ ପରିବାର ବର୍ଗ ଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସୂଚନା ରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ୍. ଛଚିନା ପଞ୍ଚାୟତ ବେଲପଡା ଗ୍ରାମର ଦଶମ ଶ୍ରେଣୀ ର ଛାତ୍ର ମନୋରଞ୍ଜନ ଙ୍କ ଗତ ୭ ତାରିଖ ରେ କୋଭିଡ୍ ମହାମାରୀ ରେ ଦେହାନ୍ତ ହୋଇଥିଲା। ସେ ଏସ୍. ଛଚିନା ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ରେ ଅଧ୍ୟୟନ କରୁଥିଲେ ।

LEAVE A REPLY

Please enter your comment!
Please enter your name here