ଅମାନିଆ ଙ୍କୁ ସାବାଡ଼ କରୁଛି କେ ନୂଆଗାଁ ପୋଲିସ

0
186

 

ଚିକିଟି,୧୮/୦୪/୨୦୨୦(ତ୍ରିପତି ସାହୁ)କରୋନା ମୁକାବିଲା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଡ଼ାଉନ ଓ ସଟଡ଼ାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବା କୁ ବାଦ ଦେଇ ଅନ୍ୟ ସମୟରେ ଗାଡି ମୋଟର ଚଳା ଚୋଳ ଉପରେ ରୋକ ଲଗାଯାଇଛି।ଏଥିନିମନ୍ତେ ଏହାକୁ ରୋକିବା ପାଇଁ ଦିନ ରାତି ଏକ କରି କେ ନୂଆଗାଁ ପୋଲିସ ସାଧାରଣ ଲୋକଙ୍କୁ ଆହୁରି ଅଧିକ ସଚେତନ କରିବା ପାଇଁ ପୁରା ଦମ ରେ ଲାଗିପଡ଼ିଛି।ଏପରି ସ୍ଥଳେ ପୋଲିସ ଓ ପ୍ରଶାସନ ତରଫରୁ ବାରମ୍ବାର ପ୍ରଚାର ପ୍ରସାର କରି ତାଗିଦ କରାଯାଇଥିଲେ ମଧ୍ୟ ଲୋକେ ସଚେତନ ହେଉନଥିବା ଦେଖାଦେଇଛି।ବହୁ ସମୟରେ ପ୍ରଶାସନିକ ଆଇନ କୁ ବ୍ୟତିକ୍ରମ କରାଯାଉଥିବାରୁ ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ମହିଳା ଇନ୍ସପେକ୍ଟର ରିତାଞ୍ଜଳି ନାହକ, ଇନ୍ସପେକ୍ଟର ଜ୍ଞାନରଞ୍ଜନ ସେଠୀ ସହରର ବିଭିନ୍ନ ଛକ ସ୍ଥାନରେ ଜଗି ରହି ଗାଡିମଟର ଚାଳକ ମାନଙ୍କୁ ଅଟକାଇବା ସହ ଲୋକଡ଼ାଉନ ଆଇନ କୁ ଭଙ୍ଗ କରୁଥିବା, କୌଣସି ଜରୁରି କାର୍ଯ୍ୟ ନଥାଇ ବଜାରରେ ଗାଡି ଧରି ବୁଲୁଥିବା ଚାଳକ ମାନଙ୍କ ଗାଡିକୁ ଜବତ କରି ଥାନାକୁ ନିଆଯାଇ କାଗଜ ପତ୍ର ଯାଞ୍ଚ ସହ ଚାଳକ କୁ ତଗିଦ କରାଯାଇ ସାଧାପେପର ରେ ଦସ୍ତଖତ କରି ଛଡ଼ାଯାଉଛି।କେ ନୂଆଗାଁ ପୋଲିସ ର ଏଭଳି ବାରମ୍ବାର ପଇଁତରା ଯୋଗୁଁ ଏବେ ଅଞ୍ଚଳ ବସି ପୂର୍ଵ ଅପେକ୍ଷା ଅଧିକ ସଚେତନ ହେଉଥିବା ଜଣାପଡ଼ିଛ।

LEAVE A REPLY

Please enter your comment!
Please enter your name here