ଡାକ୍ତର ଓ ସ୍ବାସ୍ଥ୍ଯ କର୍ମୀମାନଙ୍କ ପାଇଁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ: ମୂଖ୍ଯମନ୍ତୀ

0
150

ଭୁବନେଶ୍ବର, ୨୫/୦୩/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ମୁକାବିଲା ନେଇ ବୁଧବାର ଏକ ବଡ଼ ଘେ‌ାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ନେଇ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ସ୍ବାଗତ କରିଛନ୍ତି। ଏଥିସହ ପ୍ରତିକୂଳ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଉଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ପକ୍ଷରେ ସେ କହିଛନ୍ତି ଯେ ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅଯଥାରେ ଦଖଲ ଦେବେ ଓ ସେମାନଙ୍କୁ ଦୁର୍ବବ୍ୟବହାର କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here