ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଗଞ୍ଜାମ ପୋଲିସ। ୧୨ ଜଣ ଗିରଫ, ବହୁ ମାରଣାସ୍ତ୍ର ଜବତ

0
357

ଛତ୍ରପୁର, ୨୯/୮/୧୯;ଗଞାମ ପୋଲିସ କୁ ମିଳିଛି ବଡ ସଫଳତା। ଡକାୟତି ଉଦ୍ୟମ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ବଳିନୀ ରେ ସୁଚନା ଦେଇଛନ୍ତି, ଏସପି ବ୍ରିଜେଶ୍ ରାଏ।

ଆସିକା ଥାନା ଅଂଚଳ ୬ ଜଣ ଏବଂ ବୁଗୁଡା ପୁଲିସ୍ ଥାନା ଅଞ୍ଚଳ ରୁ ୬ଜଣ, ଏପରି ମୋଟ ୧୨ ଜଣ ଲୁଟେରାଙ୍କୁ ଗିରଫ କରିଲା ପୁଲିସ୍ ।

ସେମାନଙ୍କ ନିକଟରୁ ୪ଟି ମାଉଜର, ୧୨ଟି ଗୁଳି, ୧୨ଟି ବୋମା, ଗୋଟିଏ ଖେଳନା ପିସ୍ତଲ, ୫ଟି ମୋଟରସାଇକେଲ, ବହୁ ମାରଣାସ୍ତ୍ର ଏବଂ ନଗଦ ୫୮,୦୦୦ହଜାର ଟଙ୍କା ଜବତ କରିଥିବା ସୂଚନା ଦେଲେ ଗଞାମ ଏସ ପି ବ୍ରିଜେଶ୍ ରାଏ ।

ବ୍ରହ୍ମପୁର, ଗଞାମ, ଖୋର୍ଦ୍ଧା, ନୟାଗଡ ପ୍ରମୁଖ ପୁଲିସ୍ ଜିଲ୍ଲା ଅଞ୍ଚଳ ରେ ଲୁଟ୍ ତରାଜ କରୁଥିଲେ।

LEAVE A REPLY

Please enter your comment!
Please enter your name here