କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷ ରୁ ପ୍ରକାଶ ପାଇଲା ଉତ୍ତମ ପ୍ରଶାସନ ସୂଚକାଙ୍କ ତାଲିକା, ପ୍ରଥମ ସ୍ଥାନ ରେ ତାମିଲନାଡୁ ,ଓଡ଼ିଶା ର ସ୍ଥାନ ୧୪ ତମ

0
369

 

ନୂଆଦିଲ୍ଲୀ,୨୭/୧୨-(ବ୍ୟୁରୋ ରିପୋର୍ଟ) କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଉତ୍ତମ ପ୍ରଶାସନ ସୂଚକାଙ୍କ ତାଲିକା, ପ୍ରକାଶିତ ତାଲିକାରେ ତାମିଲନାଡ଼ୁ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି । ବଡ଼ ରାଜ୍ୟ ଶ୍ରେଣୀରେ ତାମିଲନାଡ଼ୁ ପ୍ରଥମ ହୋଇଥିବାବେଳେ ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଛି । କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା ବଡ଼ ରାଜ୍ୟ, ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ।

ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଉତ୍ତରାଖଣ୍ଡ, ଓ ତଳକୁ ତଳ ତ୍ରିପୁରା, ମିଜୋରାମ,ସିକ୍କିମ, ଆସାମ ଆଦି ରାଜ୍ୟ ଅଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଅରୁଣାଚଳପ୍ରଦେଶ ରହିଛି ।

କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ପୁଡ଼ୁଚେରୀ ପ୍ରଥମ ସ୍ଥାନରେ ଥିବାବେଳେ ତା ତଳକୁ ଚଣ୍ଡିଗଡ଼, ଦିଲ୍ଲୀ, ଦାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରହିଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଲକ୍ଷଦ୍ୱୀପ ରହିଛି ।

ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଏହି ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here