ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

0
406

 

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ପବନ ଜହ୍ଲାଦ ହିଁ ୪ ଦୋଷୀଙ୍କୁ ଫାଶୀ ଫାଶୀ ଖୁଣ୍ଟରେ ଝୁଲାଇବେ। ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ସେ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି। ପବନ ପ୍ରଥମେ ସେ ନିଜ ଦାଦା କାଳୁ ଜହ୍ଲାଦଙ୍କୁ ସାହାଯ୍ୟ କରୁଥିଲେ। କାଳୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହରା ସିଂହଙ୍କୁ ଫାଶୀ ଦେବାରେ ସାହାଯ୍ୟ କରିଥିଲେ। କେବଳ ତାଙ୍କୁ ଫାଶୀ ଦେବା ପାଇଁ କାଳୁକୁ ସ୍ବତନ୍ତ୍ର ଭାବେ ମିରଠ ଡକାଯାଇଥିଲା। ପବନଙ୍କ କହିବାନୁସାରେ ସେ ବାପା ଓ ଦାଦାଙ୍କଠାରୁ ଫାଶୀ ଦେବା ଟେକନିକ୍‌ ଶିଖିଛନ୍ତି। ରଶିରେ ଗଣ୍ଠି ପକାଇବା ଶୈଳୀ, କେମିତି ଫାଶୀ ଦେବା ବେଳେ ବେକ ଚାରିପଟେ ସହଜରେ ରଶି ରଖିବ, ଦଉ ବାନ୍ଧିବା ଆଦି କାମ ସେ ବିଧିବଦ୍ଧ ଭାବେ ଶିକ୍ଷା କରିଛନ୍ତି।
ଏହାପୂର୍ବରୁ ନିର୍ଭୟା ବଳାତ୍କାର ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନଭେମ୍ବର ୪ରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ। ରାଷ୍ଟ୍ରପତି ଏହି ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ନେଇ ପ୍ରସ୍ତୁତି ଆରମ୍ଭ କରାଯିବ। ତେଣୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ପୂରା ଦେଶବାସୀ ଅପେକ୍ଷା କରି ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ହୋଇଥିବା ନିର୍ଭୟା ଗଣବଳାତ୍କାର ମାମଲାର ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଅଭିଯୁକ୍ତ ମଧ୍ୟ ରହିଥିଲା। ତେବେ ୧୮ ବର୍ଷ ହେବା ପରେ ଉକ୍ତ ଅଭିଯୁକ୍ତଙ୍କୁ ଛାଡି ଦିଆଯାଇଥିଲା। ଅନ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲ ମଧ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here