ବିଧାନସଭାରେ ଉଠିଲା ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ : ସ୍ୱତନ୍ତ୍ର ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବା ପାଇଁ ଦାବି

0
295

 

ଭୂବନେଶ୍ୱର,୧୯/୧୧-ଆଜି ବିଧାନସଭା ରେ ଉଠିଛି ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମିଳିତ ସ୍ୱର ଉଠାଇଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ୁଥିବା ଆକ୍ରମଣ ଘଟଣା ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା ଗୃହରେ ।
ଗତକାଲି ଅପରାହ୍ନ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଲେ, ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି । ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି । ସେହି ଢାଞ୍ଚାରେ ଓଡ଼ିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି । ସାମ୍ବାଦିକମାନେ ଏ ପ୍ରସଙ୍ଗରେ ତାଙ୍କୁ ଭେଟି ଆଲୋଚନା କରିଥିବା ନେଇ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।
ସରକାରୀ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ କହିଲେ, ଏ ପର୍ଯ୍ୟନ୍ତ ସାମ୍ବାଦିକ ଚିହ୍ନଟ କରାଯାଇପାରିନାହିଁ । ଶ୍ରମ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକ ଚିହ୍ନଟ ହେବା ଦରକାର । ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ । ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ । ତେଣୁ ସାମ୍ବାଦିକଙ୍କ ପାଇଁ ସମସ୍ତେ ଯତ୍ନବାନ ଦେବା ଦରକାର ।

ସୁରେଶ କୁମାର ରାଉତରାୟ କହିଲେ, ଓଡ଼ିଶାର ସାମ୍ବାଦିକମାନେ ଅତି ଦୁର୍ଦ୍ଦିନରେ ଅଛନ୍ତି । ସେମାନଙ୍କୁ ଆକ୍ରମଣ ହେଲେ କେହି ସୁରକ୍ଷା ଦେବାକୁ ନାହାନ୍ତି । ସାମ୍ବାଦିକମାନଙ୍କ ପାଇଁ ରାଜ୍ୟବାସୀ ଖବର ପାଉଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଦରକାର । ସାମ୍ବାଦିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ସହ ଘର ଯୋଗାଇ ଦେବାକୁ ଶ୍ରୀ ରାଉତରାୟ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here