ନୂଆଦିଲ୍ଲୀ,୧୪/୧୧-ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ । ଦିଲ୍ଲୀର ପ୍ରଗତି ମଇଦାନରେ ବିଶ୍ୱ ପାଉଛି ଓଡ଼ିଶାର ଶିଳ୍ପାନୁକୁଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ପୂରା ତଥ୍ୟ । ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଭାରତ ଆନ୍ତର୍ଜାତୟ ୨୦୧୯ରେ ଆନ୍ତରିକ ସହଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି। ଏହି ବାଣିଜ୍ୟ ମେଳାରେ ଆୟୋଜିତ ହୋଇଥିବା ଓଡ଼ିଶା ମଣ୍ଡପକୁ ଉଦଘାଟିତ କରିଛନ୍ତି ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ପରାମର୍ଶ ଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ମଙ୍ଗରାଜଙ୍କ ସହ ନୂଆଦିଲ୍ଲୀସ୍ଥିତ ରାଜ୍ୟ ସରକାରଙ୍କ ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରମୂଖ ସାମିଲ ହୋଇଥିଲେ।
Home ଦେଶ- ବିଦେଶ