ଅଲିଭ ରିଡଲେ ପାଇଁ କଟକଣା, ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କୁ ମାଛଧରା ମନା ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ମାସ ଯାଏ ମାସିକ ୭ ହଜାର ୫୦୦ ଟଙ୍କାର ସହାୟତା

0
201

 

ଭୁବନେଶ୍ୱର,୧୪/୧୧ -ଅଲିଭ ରିଡଲେଙ୍କ ଅଣ୍ଡାଦାନ ସମୟ ନିକଟବର୍ତ୍ତି ହୋଇଯାଇଛି। ସମୁଦ୍ର କୂଳକୁ ହଜାର ହଜାର ଅଲିଭ ରିଡଲେ ଧାଇଁ ଆସିବେ। ହେଲେ କଇଁଛଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ୨୦୨୦ ମେ ୩୧ ଯାଏ ଅଲିଭ ରିଡଲେ ଅଣ୍ଡାଦାନ କରିବାକୁ ଥିବା ୩ଟି ସ୍ଥାନରେ ମାଛଧରା ନିଷେଧ କରାଯାଇଛି।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୬୬ଟି ଶିବିର ଖୋଲିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୦ ମେ ୩୧ ଗହୀରମଥା, ରୁଷିକୂଲ୍ୟା ଓ ଦେବୀ ମୁହାଣରେ ମାଛଧରା ବନ୍ଦ ରହିବ। ଉପକୂଳରୁ ୧୨୦ କିମି ଯାଏ ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଯାଇଛି। ମାଛଧରା ବନ୍ଦ ହେଉଥିବାରୁ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ମାସ ଯାଏ ମାସିକ ୭ ହଜାର ୫୦୦ ଟଙ୍କା ଦିଆଯିବ ବୋଲି ବୈଠକ ପରେ ବନ୍ୟପ୍ରାଣୀ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here