କଟକ ଠାରେ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କୁ ସମ୍ବଦ୍ଧିତ

0
168

ପାରଳାଖେମୁଣ୍ଡି , ୦୯/୧୧– ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ହତ୍ୟା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତ କାଲି ସମ୍ବଦ୍ଧିତ ହୋଇଛନ୍ତି। ପୋଲିସ ଡିଜି ବି. କେ. ଶର୍ମାଙ୍କ ଦ୍ୱାରା ବିବେକାନନ୍ଦ ସମ୍ବଦ୍ଧିତ ହୋଇଥିବା ବେଳେ ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ ହୋଇ ରହିବ ବୋଲି ସେ କହିଛନ୍ତି। ଏଭଳି ସମ୍ବଦ୍ଧନା ଆଗକୁ ଆହୁରି କିଛି କରିବା ଦିଗରେ ପ୍ରେରଣା ପ୍ରଦାନ କରିବ ବୋଲି ସେ କହିଛନ୍ତି। ପାରଳାଖେମୁଣ୍ଡି ଥାନା ଯୋଗଦେବା ପୂର୍ବରୁ ସେ ୨୦୧୫ ମସିହାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଥିଲେ। ସେହି ବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ଵର ଗ୍ରାମର ଶଙ୍କର ସ୍ୱାଇଁଙ୍କୁ ସେହି ଗ୍ରାମର ବୁଲୁ ଖୁଣ୍ଟିଆ ନାମକ ଅପରାଧି ହତ୍ୟା କରିଥିବାଲା। ଏନେଇ ଖଲ୍ଲିକୋଟ ଥାନାରେ କେସ୍ ନଂ ୩୪/୧୫ ମକଦ୍ଦମା ରୁଜୁ କରି ନିଷ୍ଟାପର ଓ ନିରପେକ୍ଷ ତଦନ୍ତ ଦ୍ୱାରା ୩୦୨ ଆପିସି ଧାରା ଅନୁସାରେ ବୁଲୁ ଖୁଣ୍ଟିଆକୁ ଗିରଫ କରିଥିଲେ। ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇଥିବା ବେଳେ ଗତମାସରେ ଖଲ୍ଲିକୋଟ ଅତିରିକ୍ତ ଦୈାରାଜଜ୍ ଙ୍କ ଅଦାଲତରେ ଏହାର ରାୟ ପ୍ରକାଶ ପାଇଛି। ଯେଉଁ ଥିରେ ଅଦାଲତ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଉପଯୁକ୍ତ ତଦନ୍ତ କରିଥିବାରୁ ଏହି ମାମଲାର ତଦନ୍ତ କରି ଅଧିକାରୀ ତଥା ବର୍ତମାନର ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି। ପାରଳାଖେମୁଣ୍ଡି ଆଇଆଇସିଙ୍କ ସଫଳତାକୁ ନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା , ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତାରାମ ଶତପଥି ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ କୃତଞତା ଜଣାଇଛନ୍ତି।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here