ବାଲିପଦର କଲେଜ ପ୍ରାକ୍ତନ ସମ୍ପାଦକଙ୍କ ଦେହାନ୍ତ

0
116

ବୁଗୁଡା, ୧୫/୦୬/୨୦୨୧: ବାଲିପଦର କଲେଜ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ, ବାଲିପଦର ଅଞ୍ଚଳର ଯୁବ ସମାଜସେବୀ ଶିବବ୍ରତ ନାୟକଙ୍କ ୪୨ ବର୍ଷ ବୟସରେ ଜୁନ ୧୪ ତାରିଖ ଦିନ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ବାଲିପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ନାୟକଙ୍କ ପୁଅ ଶିବବ୍ରତ ନାୟକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସ୍ଵତ୍ତ୍ୱେ ଶିବବ୍ରତଙ୍କ ଜୀବନ ରକ୍ଷା ହୋଇପାରିନଥିଲା। ସ୍ବର୍ଗତ ସମାଜସେବୀ ଶିବବ୍ରତ ବାଲିପଦର ମହୋତ୍ସବ କମିଟିର ସ୍ଥାୟୀ ସଦସ୍ୟ ଥିବା ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ତାଙ୍କର ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବା ବେଳେ ବାଲିପଦରର ବିଶିଷ୍ଟ ବ୍ୟକ୍ତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକ, ବାଲିପଦର କଲେଜ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, କାହ୍ନୁ ଚରଣ ବିଷୋୟୀ, ସୀମାଞ୍ଚଳ ଦାଶ, କୈଳାଶ ଚନ୍ଦ୍ର ସେନାପତି, ସନ୍ତୋଷ କୁମାର ସେଠୀ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଶିବବ୍ରତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଆତ୍ମାର ଦାଦାଗତି କାମନା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here