ବ୍ରହ୍ମପୁର ଡ୍ରେନେଜ ଡିଭିଜନ ର ଅପାରଗତା ଯୋଗୁଁ ସହର ରେ କୁତ୍ରିମ ବନ୍ୟା ଆଶଙ୍କା

0
343

ବ୍ରହ୍ମପୁର,୧୪/୦୬/୨୦୨୧:
ପ୍ରତ୍ୟେକ ବର୍ଷ ବର୍ଷା ଋତୁ ରେ ବ୍ରହ୍ମପୁର ସହର ରେ ସାମାନ୍ୟ ବର୍ଷା ରେ ବନ୍ୟା ଭଳି ପରିସ୍ଥିତି ସହର ବାସୀ ଅଙ୍ଗେ ନିଭାଇଛନ୍ତି।
ବିଗତ ଦିନରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ସହରତଳି ଅଚଂଳ ରେ କୁତ୍ରିମ ବନ୍ୟା ହୋଇଥିଲା ଏବଂ ତତ୍କାଳୀନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଡଙ୍ଗା ରେ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତି ଘଟିବାକୁ ଯାଉଛି।ଏହାର ମୂଖ୍ୟ କାରଣ ହେଉଛି ଯେ,ବାହାନା ନାଳ ର ରକ୍ଷଣାବେକ୍ଷଣ ଅଭାବରୁ ଏହା ପୋତି ହୋଇଗଲାଣି।ଯାହାକି ସହର ରେ ଚଳିତ ବର୍ଷା ଦିନ ରେ ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।ବ୍ରହ୍ମପୁର ସହର ମଧ୍ୟରେ ଦୁଇଟି ବଡ ନାଳ ରହିଛି।ଗୋଟିଏ ବାହାନା ନାଳ ଏବଂ ଅନ୍ୟ ଟି ସାପୁଆ ନାଳ।ଏହି ଉଭୟ ନାଳ ର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ଅଧିନ ଡ୍ରେନେଜ ଡିଭିଜନ ଅଧିନ ରେ ରହିଛି। ଏହି ବାହାନା ନାଳ ଟି ସହର ପ୍ରମୁଖ ଅଚଂଳ ଦେଇଯିବା ସହ ଗୋପାଳପୁର ଜଙ୍କସନ ଠାରେ ମୂଖ୍ୟ କେନାଲରେ ସଂଯୋଗ ହୋଇଛି।ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ନାଳ,କେନାଲ ର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି।ଏହି କ୍ରମରେ ବ୍ରହ୍ମପୁର ସ୍ଥିତ ଡ୍ରେନେଜ ଡିଭିଜନ ମଧ୍ୟ ଅନୁଦାନ ପାଉଥିବା ବେଳେ ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ମାନେ ମିଥ୍ୟା ବିଲ୍ ଜରିଆରେ ହରଲୁଟ କରୁଛନ୍ତି।ଯାହାକି ବାହାନା ନାଳ ହେଉ କିମ୍ବା ସାପୁଆ ନାଳ ହେଉ ,ଏହାର ରକ୍ଷଣାବେକ୍ଷଣ କିମ୍ବା ପୁନରୁଦ୍ଧାର କରାଯାଉନାହିଁ।ଅନ୍ୟ ପକ୍ଷରେ ଏହି ବାହାନା ନାଳ ର ଉଭୟ ପାର୍ଶ୍ଵ ରେ ଅନେକ ଜନବସତି ଯୋଗୁଁ କୂଢ଼ କୂଢ଼ ଅଳିଆ ଅବର୍ଜନା ସେଥିରେ ପଡୁଥିବା ଯୋଗୁଁ ଏହା ପୋତି ହୋଇଗଲାଣି।ଏଣୁ ବର୍ତ୍ତମାନ ସମୟ ଥାଉ ଥାଉ ଏହି ବାହାନା ନାଳ ର ପୁନରୁଦ୍ଧାର ନକରିଲେ ଆଗାମୀ ଦିନରେ ପୁଣି ବ୍ରହ୍ମପୁର ବାସି କୁତ୍ରିମ ବନ୍ୟା ଦେଖିବେ,ଏଥିରେ ସଂଦେହ ନାହିଁ।

LEAVE A REPLY

Please enter your comment!
Please enter your name here