ପୁଣି ପାଟପୁର ଥାନାର ସଫଳତା । ଗୁଟଖା କାରଖାନା ପରେ ଖଣ୍ଡଦେଉଳିରୁ ନକଲି ମୃଦୁ ପାନୀୟ ଓ କୁରୁକୁରି ଫେକ୍ଟ୍ରି ଜବତ କଲା ପାଟପୁର ପୋଲିସ

0
141

ବ୍ରହ୍ମପୁର,୧୪/୦୬/୨୦୨୧: ନୂଆଁ ଥାନା ଅଧିକାରୀ ଭାବରେ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଦାୟିତ୍ଵ ଗ୍ରହଣ ପରେ ଥାନା ଅଞ୍ଚଳ ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିଥିବା ଜଣାଯାଇଛି । କରୋନା କଟକଣା ଜନିତ ଲକ୍ ଡାଉନ୍ ଅବଧିର ପରିଚାଳନା ସହିତ ଅବାଧ ଲଘୁ ଖଣିଜ ଦ୍ରବ୍ୟ ଚୋରିରେ ରୋକ ଆଣି ଧରପଗଡ ଜାରି ରଖିଥିବା ବେଳେ ଗତ ସପ୍ତାହର ବେଆଇନ ଗୁଟଖା କାରଖାନା ଧରପଗଡ ଘଟଣା ଜିଲ୍ଲା ସ୍ତରରେ ଆଲୋଚ୍ୟ ହୋଇଅଛି । ପରନ୍ତୁ ନିର୍ଦ୍ଧିଷ୍ଟ ସମୟ ଅବଧିରେ ଗତକାଲି ଅପରାହ୍ନରେ ଛଣମେରୀ ପଞ୍ଚାୟତର ଖଣ୍ଡଦେଉଳି ଗ୍ରାମରେ ବହୁଦିନ ଧରି ଯୌଥ ଭାବରେ ଚାଲିଥିବା ଏକ ବେଆଇନ ମୃଦୁ ପାନୀୟ ପ୍ଲାଣ୍ଟ ସହ ଉରୁକୁରି କାରଖାନାକୁ ପାଟପୁର ପୋଲିସ ଚଢାଉ କରି ଜବତ କରିଥିବା ଘଟଣା ଅଞ୍ଚଳ କଳା ବେପାରୀଙ୍କୁ ଚେତାବନୀ ସଦୃଶ୍ୟ ହୋଇଅଛି ।

ମିଳିଥିବା ସୂଚନା ଏବଂ ପାଟପୁର ଥାନା ପକ୍ଷରୁ ମିଳିଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଗତକାଲି ଦିବସ ପାଟ୍ରୋଲିଂ ସମୟରେ ଥାନାଧିକାରୀ ସବ୍ୟସାଚୀ ମଲ୍ଲ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ଥାନା ଅଞ୍ଚଳ ଖଣ୍ଡଦେଉଲି ଗ୍ରାମରେ ଚାଲିଥିବା ନକଲି ମୁଡୁ ପାନୀୟ ପ୍ଲାଣ୍ଟ ଏଵଂ କୁରୁକୁରୀ କାରଖାନାରେ ଚଢାଉ କରିଥିଲେ । ଯୌଥ ଭାବରେ ଚାଲିଥିବା ଉଭୟ ପ୍ଲାଣ୍ଟର ବୈଧତା ନେଇ ସନ୍ଦେହ କରିବା ସହିତ ବିଭାଗୀୟ ବୈଧତା ପ୍ରମାଣ ପତ୍ର ଦାଖଲ କରିବାକୁ ଆଦେଶ କରିଥିଲେ । ପରନ୍ତୁ ମାଲିକଙ୍କ ପକ୍ଷରୁ କୌଣସି ପ୍ରମାଣପତ୍ର ନଥିବା କାରଣରୁ ପ୍ଲାଣ୍ଟକୁ ଜବତ କରି ସମସ୍ତ ନକଲି ବ୍ରାଣ୍ଡର ଲେବୁଲ , ତୟାରୀ ବିଭିନ୍ନ ବ୍ରାଣ୍ଡର ନକଲି ମୃଦୁ ପାନୀୟ , ଖାଲି ବୋତଲ , ବ୍ୟବହୃତ କଞ୍ଚାମାଲ ସହିତ ହିଟିଂ , ପେକିଂ ଓ ବଟଲିଂ ପ୍ଲାଣ୍ଟକୁ ସିଜ୍ କରି ନିଜ ହେପାଜତକୁ ଆଣିଥିଲେ ।

ଆନୁମାନିକ ପ୍ରାୟ ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଓ ମେସିନ ସହ ପ୍ଲାଣ୍ଟ ମାଲିକ ଖଣ୍ଡଦେଉଳିର ଆଶିଷ କୁମାର ମଣ୍ଡଳଙ୍କୁ ନିଜ ହେପାଜତକୁ ନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରିଅଛି । ପାଟପୁର ଥାନା କେଶ୍ ନଂ ୧୯୦ /୧୩- ୦୬-୨୦୨୧ ରେ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here