ଚିକିତ୍ସାଧୀନ ନରେନ୍ଦ୍ରଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା

0
163

ପୋଲସରା, ୧୪/୦୬/୨୦୨୧ : କୋମାରେ ଥାଇ ଚିକିତ୍ସା ହେଉଥିବା ନରେନ୍ଦ୍ରଙ୍କ ପରିବାରକୁ ଜୁନ ୧୪ ତାରିଖ ଦିନ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମର ୨୭ ବର୍ଷ ବୟସ୍କ ଯୁବକ ନରେନ୍ଦ୍ର ପୋଲାଇ ଜୁନ ୬ ତାରିଖ ଦିନ ଗ୍ରାମକୁ ନିଜ ବାଇକ ଦ୍ୱାରା ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି କୋମା ଅବସ୍ଥାରେ ଭୁବନେଶ୍ୱର ସନ ସାଇନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପାଇଁ ଅର୍ଥର ଅଭାବ ଯୋଗୁଁ ନରେନ୍ଦ୍ରଙ୍କ ପରିବାର ସମସ୍ତଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଜୁନ ୧୩ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜି ବିଧାୟକ ଶ୍ରୀ ସାହୁ, ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ବଡ ପଙ୍କଳବାଡ଼ି ଗ୍ରାମକୁ ଯାଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ନରେନ୍ଦ୍ରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here