ସାମ୍ବାଦିକତାରେ ଚାଞ୍ଚଲ୍ୟ । କାର୍ଯ୍ୟରତ ଡ଼ାକ୍ତରଙ୍କୁ ଅସାମ୍ବିଧାନିକ ବ୍ୟବହାର ଓ ହତ୍ୟା ଧମକ ଘଟଣାରେ ଧୁର୍ତ୍ତ କୋଟିପତି ମାଫିଆ ସାମ୍ବାଦିକ ଗିରଫ ।

0
495

ବ୍ରହ୍ମପୁର,୧୪/୦୫/୨୦୨୧: ସାଧାରଣ ଜୀବନ ଯାପନ ପାଇଁ ନିଜ ଆଦର୍ଶରେ ନିରପେକ୍ଷତାକୁ ପାଥେୟ କରି ଦୁର୍ବିସହ ଜୀବନ ଲଢେଇ ସହ ସମାଜକୁ ସେବା ଯୋଗାଉଥିବା ସାଧାରଣ ସାମ୍ବାଦିକ ଟିଏ ସମ୍ପ୍ରତି ଜୀବନ ଯୁଦ୍ଧରେ ସଂଗ୍ରାମ ଚାଲୁ ରଖିଅଛି । ପ୍ରଶାସନିକ ଦାଓ ପେଞ୍ଚ , ରାଜନୈତିକ ହଟଚମଟ ସହ ସାମାଜିକ ସ୍ତିତାବସ୍ତାରେ ପରିବର୍ତ୍ତନ ସାମ୍ବାଦିକତା ପେଶାକୁ ଗୌଣ କରିଥିବା ବେଳେ ଧୁଆ ଅଧୁଆଙ୍କ ପେଶାରେ ପ୍ରବେଶ ସମ୍ପ୍ରତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅସମ୍ମାନ ସଦୃଶ୍ୟ ହୋଇଅଛି । ସ୍ବାର୍ଥ ହାସଲ ପାଇଁ ସାମ୍ବାଦିକତାକୁ ଢାଲ କରୁଥିବା ବହୁ ସାମ୍ବାଦିକ ସ୍ଥଳବିଶେଷରେ ନିଜର ରାହାଜାନୀ ଚଳାଇ ଅମାପ ସମ୍ପତ୍ତି ଠୁଳ କରିଥିବା ବିଷୟ ସମ୍ପ୍ରତି ରହସ୍ୟାବୃତ ହୋଇଅଛି । ପରନ୍ତୁ କୋଭୀଡ ଭୁତାଣୁ ସଂକ୍ରମଣଜନିତ କରାଳ ଦୁର୍ବିପାକରେ ବିଶ୍ଵ ସମୁଦାୟଙ୍କ ପାଇଁ ଜୀବନର ସତ୍ତା ମୂଲ୍ୟହୀନ ଗଣା ଯାଉଥିବା ବେଳେ ସରକାରଙ୍କ ଦ୍ୱାରା ଘୋଷିତ ଜନୈକ କରୋନା ସମ୍ମୁଖ ଯୋଦ୍ଧା ସାମ୍ବାଦିକ ସ୍ବାସ୍ଥ୍ୟସେବା ଯୋଗାଉଥିବା କାର୍ଯ୍ୟରତ ମହିଳା ଡ଼ାକ୍ତରଙ୍କୁ ସେବାସ୍ଥଳରେ ଅସାମ୍ବିଧାନିକ ଆଚରଣ ସହ ଜୀବନରେ ମାରିଦେବାକୁ ଧମକ ଦେଇ ଅଧିକାରୀଙ୍କ ଦ୍ଵାରା ଥାନାରେ ଏତଲା ପ୍ରକାରେ ଗିରଫ ହୋଇ କୋର୍ଟରୁ ଜାମିନ ପାଇ ଆସିବା ପୁଣି ସେଇ ଘଟଣାରେ ଆକ୍ରୋଶ ମୂଳକ ଭାବେ ମେଡିକାଲରେ ପଶି ଡ଼ାକ୍ତରଙ୍କୁ ଜୀବନରେ ମାରିଦେବାକୁ ଧମକ , ଅଶ୍ରାବ୍ୟ ଗାଳି ସହ ରୋଗୀ ସେବାରେ ବାଧା ପହଞ୍ଚାଇବା ଅଭିଯୋଗରେ ମେଡିକାଲ ଅଧିକ୍ଷକଙ୍କ ଦ୍ଵାରା ଦ୍ଵିତୀୟ ସମୟର ଥାନାରେ ଏତଲା ପ୍ରକାରେ ପୁଣି ଗିରଫ ହୋଇ ଜାମିନ ନାମଞ୍ଜୁର କାରଣରୁ ଜେଲ୍ ଯାଇଥିବା ଘଟଣା ଅଞ୍ଚଳ ସାମ୍ବାଦିକଙ୍କ ସହ ଗଞ୍ଜାମ ଜିଲ୍ଲା ତଥା ଆସିକା ଓ ଧରାକୋଟ ଅଞ୍ଚଳରେ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଅଛି ।ହସ୍ତଗତ ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ତା ୦୬/୦୫ ରିଖରେ ଘଟିଥିବା ଏକ ଘଟଣାକ୍ରମରେ ରୋଗୀ ସେବାରେ ଥିବା ବେଳେ ଜନୈକ ମହିଳା ଡାକ୍ତରଙ୍କୁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ଶ୍ରୀ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଓ ହୃଦାନନ୍ଦ ଜେନା ଅସାମ୍ବିଧାନିକ , ଆଶ୍ରାବ୍ୟ ଭାଷାରେ ଗାଳିଦେବା ସହ ଯୌନ ଉତ୍ପିଡିତ ଧମକ ଦେବା , ଉଚ୍ଚ ରଡ଼ିରେ ଜୀବନରେ ମାରିଦେବାକୁ ଧମକ ଦେବାପରେ ସଂପୃକ୍ତ ମହିଳା ଡାକ୍ତର ଧରାକୋଟ ଥାନ ଅଧିକାରୀ , ତହସିଲଦାର ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଫୋନ୍ ଦ୍ଵାରା ଅବଗତ କରିଥିଲେ । କିଛି ସମୟ ପରେ ଧରାକୋଟର ଅନ୍ୟ କିଛି ସାମ୍ବାଦିକଙ୍କ ଗହଣରେ ମେଡିକାଲ ଆସି ଥାନା ,ତହସିଲ ଓ ଉପଜିଲଲାପାଳଙ୍କ ଅବଗତି ନେଇ ଧମକ ଚମକ ଦେଇଥିଲେ । ଘଟଣାର ମୀମାଂସା ନକଲେ ରୋଗୀସେବା ଠପ୍ ସହ ମେଡିକାଲ୍ ଅଚଳ କରାଯିବାର ଧମକ ଦେଇଥିଲେ । ଡାକ୍ତର ପିଙ୍କି ପାତ୍ରଙ୍କୁ ରାଜନୈତିକ ପାତିଆରା ଥିବାରୁ ଯାହା ଚାହିଁବେ କରିପାରିବେ କହିବା ସହିତ ” ଲେଡୀ ଡନ୍ ” ଆଖ୍ୟାଦେଇ ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ଭୟଭୀତ କରିଥିଲେ । କୋଭିଡ – ୧୯ କାର୍ଯ୍ୟକ୍ରମରେ ବାହାରେ ଦ୍ୟୁଟିରେ ଥିବା ମେଡିକାଲ୍ ଅଧ୍ୟକ୍ଷ କାର୍ଯ୍ୟାଳୟ ଫେରିବା ପରେ ଘଟଣା ସମନ୍ଧରେ ଅବଗତ ପରେ ଧରାକୋଟ ଥାନାରେ ଏତଲା ଦେଇଥିଲେ । ଧରାକୋଟ ଥାନା ପକ୍ଷରୁ ଏତଲା ଗ୍ରହଣ ପରେ କେଶ ନଂ – ୭୫ / ୨୧ ମାମଲା ରୁଜୁ କରାଯାଇ ଉଭୟ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରି ତା – ୦୭/୦୫ ରିଖାରେ ଆସିକା କୋର୍ଟକୁ ଚାଲାଣ କରିଥିଲା । ମାନ୍ୟବର ବିଚାରପତି ଉଭୟଙ୍କୁ ନିର୍ଦ୍ଧିଷ୍ଟ ନୀତିରେ ଜାମିନ ପ୍ରଦାନ କରିବାରୁ ଉଭୟ ଜାମିନରେ ଆସିଥିଲେ । ପରନ୍ତୁ ଗତ ଟା – ୧୩/୦୫ ରିଖ ସକାଳ ପ୍ରାୟ ସାଢେ଼ ସାତଟାରେ ସଂପୃକ୍ତ ସାମ୍ବାଦିକ ବିଷ୍ଣୁ ଆଚାର୍ଯ୍ୟ ପୂର୍ବ ଘଟଣାକୁ ନେଇ ଧରାକୋଟ ମେଡିକାଲ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ଏମ୍ ଭି କେ ପ୍ରସାଦକୁ ଆସୌଜନ୍ୟ ବ୍ୟବହାର ସହ ଅସାମ୍ବିଧାନିକ ଶବ୍ଦର ପ୍ରୟୋଗ କରି କଥା ନ ଶୁଣିଲେ ଘରୁ କାତି ନେଇ ଆସି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସାମ୍ବାଦିକଙ୍କ ଉଗ୍ରରୁପରେ ହତଚକିତ ଡାକ୍ତର ଓ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । ସାମ୍ବାଦିକଙ୍କ ଉଗ୍ରରୂପ ଦେଖି ସଂପୃକ୍ତ ଡାକ୍ତର ଅବିଳମ୍ବେ ଧରାକୋଟ ଥାନାରେ ପହଞ୍ଚି ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ସି ଏଚ ସି ଅଧିକ୍ଷକଙ୍କ ପତ୍ର ସଂଖ୍ୟା ୨୫୨ / ତା – ୧୩/୦୫/୨୦୨୧ ପ୍ରକାରେ ଧରାକୋଟ ଥାନାରେ କରାଯାଇଥିବା ସରକାରୀ ଏତଲା ପ୍ରକାରେ ପୋଲିସ୍ ପକ୍ଷରୁ ଥାନା କେଶ୍ ନଂ ୭୮/୨୦୨୧ ପ୍ରକାରେ ମାମଲା ରୁଜୁ କରି ସାମ୍ବାଦିକଙ୍କୁ ଦ୍ଵିତୀୟବାର ଗିରଫ କରି ପୁଣି କୋର୍ଟ ଚାଲାଣ କରିଥିଲା । ପରନ୍ତୁ ଆସିକା କୋର୍ଟ ସାମ୍ବାଦିକଙ୍କ ଜାମିନ ମୁଚାଲିକାକୁ ଗ୍ରହଣ ନକରିବାରୁ ସମ୍ପ୍ରତି ଆସିକା ଜେଲରେ ଥିବା ଜଣା ଯାଇଅଛି ।

ଏଥିନେଇ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିରପେକ୍ଷ ସାମ୍ବାଦିକଙ୍କ ଠାରେ ଅପମାନ ଜନକ ଭାବ ସୃଷ୍ଟି ହୋଇଥିବା ବେଳେ ସାମ୍ବାଦିକଙ୍କ ପ୍ରତି ହେଉଥିବା ସାମ୍ପ୍ରତିକ କଠୋର ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ପରନ୍ତୁ ଗିରଫ ହୋଇ ଜେଲରେ ଥିବା ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଜଗମୋହନ ପଞ୍ଚାୟତର କିଶୋରଚନ୍ଦ୍ର ପଲ୍ଲୀରେ ଇଟା ଭାଟି ବେପାର , ଯାହାଡା ରାଜସ୍ବ ସର୍କଲର କିରାଖାଇ ପାହାଡ଼ରେ ଅବୈଧ ପଥର କୁଆଁରୀ ବ୍ୟବସାୟ , ଧରାକୋଟ ନିକଟବର୍ତ୍ତୀ ବାଲିବନ୍ଧର ଜବରଦଖଲରେ ଥିବା ସରକାରୀ ଜମିରେ ଚାଳିଶ ଲକ୍ଷରୁ ଅଧିକ ମୂଲ୍ୟର ବେଆଇନ କୋଠା , ସାମ୍ବାଦିକତା ଓ ଶାସକଦଳର ଭୟ ଦେଖାଇ ବେଆଇନ ବାଲି ବେପାର , ପ୍ଲଟ ବେପାର ସହ ସରକାରଙ୍କ ଠିକାଦାର କାମରେ ଭାଗିଦାରୀ ରହି ପ୍ରଚୁର ସମ୍ପତ୍ତିର ମାଲିକ ସାଜିଥିବା ଜଣାଯାଇଛି ।ଏତଦ୍ ବ୍ୟତୀତ ଅଞ୍ଚଳର ଥାନା , ତହସିଲ , ବ୍ଲକ୍ , ଡାକ୍ତରଖାନା ସହ ସମସ୍ତ ଲାଇନ୍ ବିଭାଗର କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କୁ ଚାପରେ ରଖି ବତି ଆଦାୟ ସହ ଧମକ ଚମକ ଦେଉଥିବାର ଅଭିଯୋଗ ହେଉଅଛି । ଅନ୍ୟ ପକ୍ଷରେ ଏକ ସାମ୍ବାଦିକ ସଂଘର ଜିଲ୍ଲା ସଂପାଦକ ରହି ନିଜ ଆଡୁ ଦବଦବା ଜାହିର କରି ଅସାଧୁ ଉପାୟରେ ବିପୂଳଧନ ଠୁଳ କରିଥିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଅଛି ।

LEAVE A REPLY

Please enter your comment!
Please enter your name here