ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସ ଙ୍କ ଶ୍ରାଦ୍ଧ ଉତ୍ସବ

0
158

ବ୍ରହ୍ମପୁର, ୧୧/୦୫/୨୦୨୧: ଓଡିଶାର ସର୍ବପ୍ରଥମ “ଏମ ଏଲ ସ୍କ୍ରାଫ ” ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସ ଙ୍କ ୧୯ତମ ଶ୍ରାଦ୍ଧ ଉତ୍ସବ ମଙ୍ଗଳବାର ଦିନ ନୂଆ ବାରାକ୍ସ ସାହି ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଶ୍ରାଦ୍ଧ ଉତ୍ସବ ରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ସଭା କୁ ବାତିଲ କରାଯାଇଥିଲା। ସ୍ବର୍ଗତ ଦାସ ଙ୍କ ତତ୍ତ୍ବାବଧାନ ରେ ଓଡିଶାର ପ୍ରଥମ ଫାର୍ମାସୀ କଲେଜ ” କଲେଜ ଅଫ ଦା ଫାର୍ମାସିଉଟିକାଲ ସାଇନ୍ସ ” ବ୍ରହ୍ମପୁର ନିକଟସ୍ଥ ମହୁଡା ଠାରେ ଅନୁଷ୍ଠିତ ହୋଇଥିଲା। ସେହିପରି ସ୍ବର୍ଗତ ଦାସଙ୍କ ତତ୍ତ୍ବାବଧାନ ରେ ଓଡିଶାର ଆଉ ଦୁଇଟି ଫାର୍ମାସୀ କଲେଜ ମଧ୍ଯ ପ୍ରତିଷ୍ଠିତ ହୋଇଥିଲା। ସ୍ବର୍ଗତ ଦାସ ଜଣେ ସ୍ବାଧୀନତା ସଂଗ୍ରାମୀ, ମିଷ୍ଟଭାଷି, ପରୋପକାରୀ ବ୍ୟକ୍ତି ଥିଲେ। ଓଡିଶାର ଫାର୍ମାସୀ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୧ ମସିହାରେ ଓଡିଶାର ପୂର୍ବତନ ରାଜ୍ୟପାଳ ଏମ. ଏମ. ରାଜେନ୍ଦ୍ରନ ସ୍ବର୍ଗତ ଜଗନ୍ନାଥ ଦାସ ଙ୍କୁ ଲାଇଫଟାଇମ ଏଚିଭମେଣ୍ଟ ପୁରଷ୍କାର ଦେଇ ସମ୍ମାନିତ କରିଥିଲେ ବୋଲି ତାଙ୍କ ପୁତ୍ର ପ୍ରଶାନ୍ତ କୁମାର ଦାସ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here