ଅଗ୍ନି କାଣ୍ଡରେ ଜଳିଗଲା ଶିକ୍ଷାକେନ୍ଦ୍ର।

0
126

ପୋଲସରା,୧୧/୦୫/୨୦୨୧:ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମରେ ଥିବା ବିଭୁନନ୍ଦନ ଶିକ୍ଷାକେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଏହି ଶିକ୍ଷାକେନ୍ଦ୍ର ବହୁ ପୁରାତନ ହୋଇଥିବା ବେଳେ ଏଥିରେ ଥିବା ବହୁ ପାଠ୍ୟ ପୁସ୍ତକ ଅଗ୍ନିକାଣ୍ଡ ଦ୍ବାରା ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ପୋଲସରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବିଭୁନନ୍ଦନ ଶିକ୍ଷାକେନ୍ଦ୍ର ରେ ଥିବା ବହୁ ମୂଲ୍ୟବାନ ପାଠ୍ୟ ପୁସ୍ତକ ପୋଡ଼ି ଯାଇଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here