ବିଧାୟକଙ୍କ କୋଭିଡ଼ି ପରିଚାଳନା ସମୀକ୍ଷା

0
119

ପୋଲସରା,୧୧/୦୫/୨୦୨୧: ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଇ ୧୧ ତାରିଖରେ ପୋଲସରା ପାଞ୍ଚାୟତ ସମିତି ପରିସରରେ ପୋଲସରା ବ୍ଲକ ଓ ଏନଏସି ର କୋଭିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ଓ ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଅଧିକାରୀଙ୍କ ସହ ବିଧାୟକ ଶ୍ରୀ ସାହୁ କୋଭିଡ ପରିଚାଳନା ନେଇ ଆଲୋଚନା କରିଥିଲେ। ପୋଲସରା ଅଞ୍ଚଳରେ ୪୨ ଜଣ ପଜିଟିଭି ଚିହ୍ନଟ ବ୍ୟକ୍ତି ନିଜ ଘରେ ସଙ୍ଗରୋଧ ରେ ରହିଥିବା ବେଳେ ସେମାନଙ୍କ ଘେରକୁ ଯାଇ ଆର.ଆର.ଟି. ଟିମ୍ ନିୟମିତ ସ୍ୱାସ୍ଥ୍ୟ ଆବାସ୍ଥା ବୁଝିବା ସହ ଔଷଧ ଖାଇବାକୁ ପରାମର୍ଶ ପ୍ରଦାନ କରିବା ଦ୍ୱାରା ସମସ୍ତଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ଥିବା ପ୍ରକାଶ କରିଥିଲେ। ଲକ୍ ଡ଼ାଉନ୍ ଓ ସପ୍ତାହାନ୍ତ ସଟ୍ ଡାଉନ ନିୟମ ଏବଂ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ପାଇଁ କଡାକଡି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ଅଧିକାରୀ ବୃନ୍ଦ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଙ୍କ ସମେତ କେତକ ପାଞ୍ଚାୟତ ପ୍ରତିନିଧି ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here