୧୮-୪୪ ବର୍ଷଙ୍କୁ ଟିକା : ଅନଲାଇନ ଓ ଅଫଲାଇନ ରେ ପଞ୍ଜିକରଣ କରାଯାଉ।

0
315

ବୁଗୁଡା,୧୧/୦୫/୨୦୨୧: କେନ୍ଦ୍ର ସରକାର ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ଟିକା ଦେବାକୁ ଅନଲାଇନରେ ପଞ୍ଜିକରଣ କରିବାକୁ ନିର୍ଦ୍ଦଶ ଦେଇଥିବା ବେଳେ ଅଫଲାଇନରେ ମଧ୍ୟ ପଞ୍ଜିକରଣ କରିବାକୁ ଜଣସାଧାରଣ ଦାବୀ କରୁଛନ୍ତି। ସରକାର ଅନଲାଇନରେ ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେବାଯୋଗୁଁ ବହୁ ବ୍ୟକ୍ତି ଏହି ଟିକାକରଣରୁ ବାଦ ପଡିବେ। ଗରିବ, ଶ୍ରମିକ ଓ କୃଷକ ଶ୍ରେଣୀର ଅଧିକାଂଶ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ମୋବାଇଲ ବା ସ୍ମାର୍ଟଫୋନ ବ୍ୟବହାର କରୁନଥିବା ବେଳେ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ ଅନେକଙ୍କୁ କିପରି ଅନଲାଇନରେ ରେଜିଷ୍ଟ୍ରେସନ କରାଯିବ ଜଣାନାହିଁ। ୧୮-୪୪ ବର୍ଷର ବ୍ୟକ୍ତିମାନଙ୍କୁ ସାର୍ବଜନୀନ ଟୀକାକରଣ ପାଇଁ ଅଫଲାଇନ ପଞ୍ଜିକରଣ ନିହାତି ଆବଶ୍ୟକ ଅଟେ। ଯାହା ଫଳରେ ମୋବାଇଲ ନଥିବା ଓ ଜାଣିନଥିବା ବ୍ୟକ୍ତିମାନେ ପଞ୍ଜିକରଣ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ଆବଶ୍ୟକ ଦଲିଲ ନେଇ ପଞ୍ଜୀକୃତ କରିପାରିବେ। ଏଣୁ ସରକାର ଟିକା କରଣ ପାଇଁ ଅନଲାଇନ ଓ ଅଫଲାଇନ ଉଭୟରେ ପଞ୍ଜିକୃତ କରିବା ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here