ସାନଖେମୁଣ୍ଡିରେ କାଳବୈଶାଖି । ବଜ୍ରପାତ ଜାଳିଦେଲା ଚାଳ ଛପର ଘର ।

0
235

ବ୍ରହ୍ମପୁର,୧୦/୦୫/୨୦୨୧:ଦୁଇ ତିନିଦିନ ଧରି ସାନଖେମୁଣ୍ଡି ଅଞ୍ଚଳରେ କାଳବୈଶାଖୀର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଅଛି । ଅପରାହ୍ନ ସାଢେ଼ ତିନିଟାରୁ ଆକାଶ ହଠାତ୍ ମେଘାଚ୍ଛନ୍ନ ହୋଇ ଘଡଘଡି ସହ ବର୍ଷା ହେଉଥିବା ଜଣା ଯାଇଅଛି । ନିଦାଘ ଗରମ ସହିତ କରୋନା କଟକଣା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା ବେଳେ ଅଦିନିଆ ବର୍ଷା ସାଧାରଣରେ ଅଶ୍ଵସ୍ଥି ଆଣିଥିବା ଲକ୍ଷ କରାଯାଇଅଛି । ପରନ୍ତୁ ଅକସ୍ମାତ ପବନ ସହିତ ବଜ୍ରପାତ ଯୋଗୁଁ ବହୁ ଧନଜୀବନ ହାନୀ ଘଟୁଥିବା ଦେଖିବାକୁ ମିଳିଛି ।ଆଜି ସାନଖେମୁଣ୍ଡି ଅଞ୍ଚଳ ପାଟପୁର , ଗଙ୍ଗାପୁର , ଜୀଉରା ,ଏସ ଗୋପାଳପୁର , ସାହାସପୁର , ଚୁଡାଙ୍ଗପୁର , କଳରାପଦର , ଗୌତମୀ ଆଦି ପଞ୍ଚାୟତ ଅଞ୍ଚଲରେ କାଳବୈଶାଖୀର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଘଡଘଡି ସହ ପ୍ରବଳ ତୋଫାନ ଯୋଗୁଁ ବହୁ ଚାଲ ଛପର ଘର କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଇଅଛି । ଗୌତମୀ ଗ୍ରାମରେ ଜନୈକ ବିଚିତ୍ର ଦାସଙ୍କ ଘରେ ବଜ୍ରପାତ ହୋଇଥିବାରୁ ବାସଗୃହଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଅଛି । ନିରୀହ ଗରିବ ଶ୍ରେଣୀବର୍ଗର ବିଚିତ୍ରଙ୍କ ବଜ୍ରାଘାତ ଜନିତ ଘରପୋଡି ଯୋଗୁଁ ସରପଞ୍ଚ ଶ୍ରୀ ସୁଶାନ୍ତ ସ୍ବାଇଁ ମର୍ମାହତ ହେବା ସହିତ ସରକାରୀ ଅନୁକମ୍ପା ପାଇଁ ସହଯୋଗ କରିବାର ପ୍ରତିଶ୍ରୁତି ରଖିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here