ଟାୟାର ଫାଟି ଓଲଟିଲା ଚାଉଳ ବୋଝେଇ ଟ୍ରକ । ଡ୍ରାଇଭର ଓ ହେଲପର ସୁରକ୍ଷିତ ।

0
142

ବ୍ରହ୍ମପୁର, ୧୦/୦୫/୨୦୨୧: ଏକ ଅଭାବନୀୟ ଘଟଣା କ୍ରମରେ ଆଜି ପାଟପୁର ଥାନା ୩୨୬ ନଂ ଜାତୀୟ ରାଜପଥ ଟି ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମ ନଗର ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟିଥିବା ଜଣା ଯାଇଅଛି । ଅପରାହ୍ନରେ ମୋହନା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଟ୍ରକ୍ ନଂ ଓ ଡି – ୦୭ ଏଲ୍ , ୫୬୪୪ ର ଆଗ ଚକ ଟାୟାର ଅକସ୍ମାତ ଫତିବା କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣା ଯାଇଅଛି । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି । ପାଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରୁଥିବା ସୂଚନା ମିଳିଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here