କୋଭିଡ଼ି ନିୟମ ଉଲଂଘନ, ୨୦ ହଜାର ଟଙ୍କା ଜରିମାନା।

0
125

ବୁଗୁଡା,୦୬/୦୫/୨୦୨୧: କରୋନା ସଂକ୍ରମଣ ତୀବ୍ରତର ହେବା ସମ୍ଭାବନା ଥିବା ନେଇ ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଦେବାପରେ କରୋନା ସଂକ୍ରମଣ ରୋକିବା ପାଇଁ ଆମ ରାଜ୍ୟ ସରକାର ମଇ ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି। ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ କେତେକ ଅମାନିଆ କୋଭିଡ଼ି କଟକଣା ଆଇନ କୁ ଅମାନ୍ୟ କରି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ସେହି ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ପୋଲିସ ପ୍ରଶାସନ କଠୋର ହେବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ବୁଗୁଡା ସହରର ବିଭିନ୍ନ ପ୍ରବେଶ ପଥରେ ବାରିକେଟ ନିର୍ମାଣ କରାଯାଇଛି। ଗୁରୁବାର ଦିନ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ବରେ ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ଼ ଓ ପୋଲିସ ଫୋର୍ସ କୋଭିଡ ଆଇନ ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କ ଠାରୁ କୋଡ଼ିଏ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here