ଆଇ.ଆର.ଇ.ଏଲ.ରେ ଅନେକ କର୍ମଚାରୀ କରୋନା ସଂକ୍ରମିତ ଏବଂ ପଜିଟିଜ।ଗଞ୍ଜାମ ଜିଲାପାଳ ଗୁରୁତ୍ୱାରୋପ ନଦେଲେ ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସମେତ ଜିଲା ସାରା ବ୍ୟାପିବାର ଆଶଙ୍କା ସର୍ବାଧିକ

0
154

ବ୍ରହ୍ମପୁର,୨୮/୦୪/୨୦୨୧:
ଇଣ୍ଡିଆନ ରେର ଆର୍ଥ ଲିଃ (IREL)କେନ୍ଦ୍ର ସରକାରଙ୍କ ଏହି ପ୍ଲାଣ୍ଟରେ କାର୍ଯ୍ୟରତ କେନ୍ଦ୍ରୀୟ ବେତନ ଭୋକ୍ତା ଏବଂ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଠିକା କର୍ମଚାରୀ ମାନେ ଗତ କିଛି ଦିନ ହେଲା ଜ୍ୱରରେ ପିଡୀତ ଥିବା ବେଳେ ଅନେକ ସଂକ୍ରମିତ ହୋଇ ଛୁଟି ନେଇ ଚିକିତ୍ସାଧୀନ ଅଛନ୍ତି। ହଠାତ ସେମାନଙ୍କ ଅନୁପସ୍ଥିତରେ ସେହି କାର୍ଯ୍ୟ ଦାୟିତ୍ୱ ଅନ୍ୟ ଜଣେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ଉପରେ ବୋଝ ସଦୃଶ ହୋଇଥାଏ। କାହିଁକିନା ପ୍ଲାଣ୍ଟ ୨୪ ଘଣ୍ଟା ଚାଲିଥାଏ । ବିଶ୍ରାମ ନଥାଏ । ମଣିଷ ମାତ୍ରକେ କାହାର କେତେବେଳେ କଣ ହେବ ତାହା ଭଗବାନ ମଧ୍ୟ ଅଜଣା ରହିଥାନ୍ତି।
ସଂପ୍ରତ୍ତି ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଏହାକୁ ପ୍ରାଧାନ୍ୟ ଯଦିଓ ଦିଆଯାଏ ତାହାଲେ ସମସ୍ତଙ୍କ ସୁରକ୍ଷା ପାଇଁ ନିଶ୍ଚିତ ଭାବେ ଭାବିବା କଥା। ଗଞ୍ଜାମ ଜିଲ୍ଲା ସଦର ମହକୁମାର ନାକ ନିଶ ତଳେ ଥିବା ଏହି ପ୍ଲାଣ୍ଟରେ ଏବେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କ ଅବସ୍ଥା ଶୋଚନୀୟ। ସେମାନେ ଲକ ଡାଉନ ସଟ ଡାଉନ ନୀତିନିୟମ ଭିତରେ ପେଶି ହୋଇଗଲେଣି। ନିଜେ ସଂକ୍ରମଣ ହେବାର ଭୟ, ସଂକ୍ରମିତଙ୍କ ଠାରୁ ବର୍ତ୍ତୀବାର ଉପାୟ ଖୋଜିବା ସହିତ ନିଜର ଭୟ, ନିଜର ଆତ୍ମୀୟ ସୃଜନଙ୍କ ସଂକ୍ରମଣ ପରେ ନିଜକୁ ଭୟ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ପୁଣି ସିଫ୍ଟ ଅନୁସାରେ କାର୍ଯ୍ୟ କରିବା ବିଭିନ୍ନ ସ୍ଥାନରୁ ପ୍ଲାଣ୍ଟକୁ ଆସୁଥିବା ବେଳେ ରାସ୍ତାରେ ପୋଲିସ ପ୍ରଶାସନର ଆକ୍ରୋଶର ଶୀକାର ହେବା ସହିତ ନିଜକୁ କାଳେ ସଂକ୍ରମଣ ହୋଇଯିବାର ଭୟ ଘାରୁଥିବା ବେଳେ ଏହି ସବୁରୁ ନିସ୍ତାର ମିଳିବାର ରାସ୍ତା ଫିଟୁନି।
ସ୍ୱାଭିମାନର ସହିତ ବଞ୍ଚିବା ପାଇଁ ପରିଶ୍ରମ ପଡି ପାରିଶ୍ରମିକ ହାତେଇବାକୁ ଆସୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ିଗଲାଣି। କେବଳ ପ୍ରଡକସନକୁ ଗୁରୁତ୍ୱ ଦେଉଥିବା ପ୍ଲାଣ୍ଟ ମ୍ୟାନଜମେଣ୍ଟ କରୋନା ଭାଇରସର ସଂକ୍ରମଣ ସମୟରେ ପ୍ଲାଣ୍ଟ ବନ୍ଦ ନକରିଲେ ପ୍ଲାଣ୍ଟ ଭିତରେ ସଂକ୍ରମଣ ବଢିବା ସହିତ ପରିସ୍ଥିତି ଅଣାୟତ୍ତକୁ ଯାଇପାରେ। ସେହିପରି ଏହି ଉପକୂଳବର୍ତ୍ତି ଅଂଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକା ଦେଖା ଦେଇଛି। ଛତ୍ରପୁର ବ୍ଲକର କାଳୀପଲ୍ଲୀ ପଂଚାୟତ ସମେତ ଗୋପାଳପୁର ଅନେକାଂଶ ଅଂଚଳର ଲୋକେ ମଧ୍ୟ ପ୍ରଭାବିତ ହୋଇପାରନ୍ତି।

LEAVE A REPLY

Please enter your comment!
Please enter your name here