ବିଜେଡିରେ ମିଶିଲେ ଡେଙ୍ଗାଡି ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ।

0
189

ବ୍ରହ୍ମପୁର,୧୨/୦୪/୨୦୨୧: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ସାନଖେମୁଣ୍ଡି ବିଧାନସଭା ଅଞ୍ଚଳରେ ଏହାର ପୂର୍ବପ୍ରସ୍ତୁତି ଚାଲିଥିବା ଲକ୍ଷ କରାଯାଇଅଛି । ଶାସକଦଳ ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ନିଜ ଗୋଟି ଚାଳନାରେ ଉଭୟ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ସହିତ ଦଳୀୟ ସଂଗଠନ ସୁଦୃଢ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପଞ୍ଚାୟତ ସ୍ତରରେ ନିଜ ପତିଆରା ଜାହିର କରୁଥିବା ଜଣା ଯାଇଅଛି । ଏହି କ୍ରମରେ ଗତକାଲି ରବିବାର ଅବସରରେ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଡି ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଏବଂ ବିଜେଡିର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତାଦଳରେ ସାମିଲ୍ ହୋଇଥିବା ସୂଚନା ରହିଅଛି ।
ପ୍ରାପ୍ତ ସୂଚନା ପ୍ରକାରେ ରବିବାର ସନ୍ଧ୍ୟାରେ ଡେଙ୍ଗାଡି ପଞ୍ଚାୟତର ପ୍ରଶାନ୍ତ ପାତ୍ର , ଶ୍ରୀଧର ସ୍ବାଇଁ , ଜିତୁ ପାତ୍ର , ଶଙ୍କର ସୁଆଁସିଆ , ସ୍ବରାଜ ବାଡ଼ତ୍ୟା , ସୁରଜ୍ ପାତ୍ର , ସନ୍ତୋଷ କୁମାର ସ୍ବାଇଁ , ବରୁଣ ମହାନ୍ତି , ବିଜୟ କୁମାର ପାତ୍ର ପ୍ରମୁଖ ସଂଖ୍ୟାଧିକ କଂଗ୍ରେସ କର୍ମୀ ଆଡପଡ଼ା ସରପଞ୍ଚ ଶ୍ରୀ ନୀଳମାଧବ ରାଉତଙ୍କ ସହ ଧରାକୋଟ ରାଜ ପ୍ରାସାଦରେ ନନ୍ଦିନୀ ଦେବୀଙ୍କୁ ସାକ୍ଷାତ କରି ବିଜେଡିରେ ମିଶିବା ନେଇ ମତ ପ୍ରକାଶ କରିଛନ୍ତି । ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନିଜ ଦଳରେ ସାମିଲ୍ ହୋଇଥିବା କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଅଂଚଳର ସାମୁହିକ ବିକାଶର ଧାରାକୁ ବଜାୟ ରଖିବା ପାଇଁ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରାଇବାକୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳତା ଭିତ୍ତିରେ ସମସ୍ତ କର୍ମୀ ସକ୍ରିୟ ରହି ମିଳିତ ସମନ୍ଵୟରେ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here