ଭିଡିଓ ଆଲବମ୍ “ବ୍ରହ୍ମପୁର ର ବୁଢୀ ସାଆନ୍ତାଣୀ” ରିଲିଜ

0
145

ବ୍ରହ୍ମପୁର,୧୨/୦୪/୨୦୨୧:ମ୍ୟୁଜିକ ଲଭରସ୍ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲ ପ୍ରସ୍ତୁତ ଏକ ଭିଡିଓ ଆଲବମ୍ “ବ୍ରହ୍ମପୁର ର ବୁଢୀ ସାଆନ୍ତାଣୀ” ଆଜି ରିଲିଜ ହୋଇଯାଇଛି। ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଏହି ଭିଡିଓ ଆଲବମ୍ ମୁକ୍ତି ଲାଭ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଚନା ଦିଆଯାଇଛି। ଏଥିରେ ସଂଗୀତ ସୁଶାନ୍ତ କୁମାର କରିଥିବା ବେଳେ କଣ୍ଠଦାନ ସୁଶାନ୍ତ କୁମାର ଓ ଜୟନ୍ତ କୁମାର କରିଛନ୍ତି। ସେପରି ଗୀତ ରଚନା ମନୋଜ ମହାରଣା କରିଥିବା ବେଳେ ସଂଗୀତ ଆୟୋଜନ ଚିଣ୍ଟୁ,ପିଣ୍ଟୁ କରିଛନ୍ତି।
କେ. ଡି ଷ୍ଟୁଡିଓ ରେ ଏହାର ଭଏସ୍ ରେକର୍ଡ଼ ହୋଇଥିବା ବେଳେ ମିକ୍ସିଂ ଓ ମାଷ୍ଟରିଂ ଚିଣ୍ଟୁ, ପିଣ୍ଟୁ କରିଛନ୍ତି। ମ୍ୟୁଜିକ ଲଭରସ୍ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ଏହି ଭିଡିଓ କୁ ପ୍ରଯୋଜନା/ ନିର୍ଦ୍ଦେଶନା ଏମ. ପ୍ରଶାନ୍ତ ପାତ୍ର କରିଛନ୍ତି।

LEAVE A REPLY

Please enter your comment!
Please enter your name here