ଅଲାରିଗଡ଼ରେ ଆଧ୍ୟାତ୍ମିକ ସମାରୋହ

0
137

ଶେରଗଡ଼,୧୨/୦୪/୨୦୨୧:ଗତ ୯ ତାରିଖ ସଂନ୍ଧ୍ୟା ରେ ଅଲାରିଗଡ ଠାରେ ବଢିଆଉସ୍ତା ଦିବ୍ୟଜୀବନ ସଙ୍ଘ ଆନୁକୂଲ୍ୟରେ ପ୍ରାୟ ୨୫ ଟି ଦିବ୍ୟଜୀବନ ସଂଙ୍ଘ ଶାଖାର ଭକ୍ତ ତଥା ଗ୍ରାମବାସୀଙ୍କୁ ନେଇ ଏକ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା | ସ୍ୱାମୀ ରାମଦାସାନନ୍ଦ ସରସ୍ବତୀଙ୍କ ପୌରହିତ ରେ ବ୍ରହ୍ମଚାରି ଅମର ଚୈତନ୍ୟ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ | ଦିବ୍ୟଜୀବନ ସଂଙ୍ଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଏହିଭଳି ମହା ସମାରୋହକୁ ଅଞ୍ଚଳର ଶହ ଶହ ଯୁବକ ସହଯୋଗ କରୁଥିବାରୁ ଭାବବିହଳ ହୋଇ ସ୍ୱାମୀ ରାମଦାସାନନ୍ଦ ଙ୍କୁ କୃତଜ୍ଞତା ଜଣାଇ ସମ୍ବର୍ଦ୍ଧିତ କରିଥିଲେ | ସେହିପରି ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଏକ ପଞ୍ଚଦିବସୀୟ ଯୁବ ଶିବିର କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରେରଣା ଦେଇଥିଲେ |ମଙ୍ଗରାଜ, ଜଗନ୍ନାଥ, ଏ. ଚନ୍ଦ୍ରଶେଖର ଓ ଶାନ୍ତିଭାଇ ବାରମ୍ବାର ଏହିଭଳି ସମାଜକୁ ସଜାଡ଼ିଲା ଭଳି ଆଧ୍ୟାତ୍ମିକ କାର୍ଯ୍ୟମାନ ଓ ସାମାଜିକ ଅନୁଷ୍ଠାନ ହୋଉଥିବାରୁ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଥିଲେ | ଅଲାରିଗଡ କେନ୍ଦ୍ରର ଯୁବ ସଭାପତି ପ୍ରଶାନ୍ତ କୁମାର ଜେନା, ସମ୍ପାଦକ ଶ୍ୟାମଘନ ସ୍ୱାଇଁ, କୋଷାଧକ୍ଷ ନରହରି ଗୌଡ଼, ଉପଦେଷ୍ଟା ପଞ୍ଚୁ ବିଷୋୟୀ, ସଂଗଠକ ଟୁଲୁ ଭୂୟାଁ ଓ ଅମିତ କୁମାର ଜେନା ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହିତ ନିୟନ୍ତ୍ରଣ କରିଥିଲେ | ଅରୁଣ, ସନାତନ, ସୀତାରାମ, ମନୋଜ, ସୁନୀଳ, ରିଙ୍କୁ, ଭୀମସେନ ଓ ସଚ୍ଚିଦାନନ୍ଦ ଭକ୍ତିସଂଗୀତ ଗାନ କରିଥିଲାବେଳେ ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ ସମବେତ ଥିବା ଭକ୍ତବୃନ୍ଦ ଓ ଆୟୋଜକ ପରିବାରକୁ ସାଧୁବାଦ ଜଣାଇ ଏହି ବିଶାଳ ଆଧ୍ୟାତ୍ମିକ ସମାରୋହକୁ ସମ୍ବୋଧିତ କରିଥିଲେ |

LEAVE A REPLY

Please enter your comment!
Please enter your name here