ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନେଇ ଭିଡିଓ ଭାଇରାଲ ଘଟଣାରେ ବେଗୁନିଆପଡା ଫାଣ୍ଡି ରେ ଏତଲା ଦାଏର

0
128

ବ୍ରହ୍ମପୁର, ୧୨/୦୪/୨୦୨୧(ବ୍ୟୁରୋ ରିପୋର୍ଟ୍) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତଦନ୍ତ ସମୟରେ ବୟାନ ଓ ମନରେଗା କାର୍ଯ୍ୟ ଠିକା ନେଇଥିବା ବ୍ୟକ୍ତିମାନେ ଦେଇଥିବା ଧମକ ଚମକକୁ ନେଇ ଏବେ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଲେ ଏସ୍. ଛଚିନା ପଞ୍ଚାୟତର ଅଭିଯୋଗକାରୀ ସମିତିସଭ୍ୟାଙ୍କ ସ୍ୱାମୀ ଚରଣ ନାୟକ । ଯାହାର କେସ୍ ନମ୍ବର ୧୩୮/୨୦୨୧ ରହିଛି । ସେ ଏତଲାରେ ଲେଖିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରିବା ସମୟରେ ଦୁର୍ନୀତି ବିଷୟରେ କହିବା ବେଳେ ଗାଇଡ ଲାଇନ୍ସ ଅନୁସାରେ କାମ ହେବନି ବୋଲି କହିବା ପରେ ତାଙ୍କ ଗ୍ରାମର ଦୁଇଜଣ ବ୍ୟକ୍ତି ଧମକ ଦେଇଥିବା କଥା ଲେଖିଛନ୍ତି । ଆଉ ତାଙ୍କର ଓ ତାଙ୍କ ପରିବାରର ଜୀବନ ବିପଦରେ ଥିବା ଦର୍ଶାଇ ସୁରକ୍ଷା ଲାଗି ନିବେଦନ କରିଛନ୍ତି । ତେବେ ସବୁ କିଛି ପ୍ରମାଣ ଭାଇରାଲ ହୋଇଥିବା ଭିଡ଼ିଓରେ ରହିଛି ବୋଲି ମଧ୍ୟ ଲେଖିଛନ୍ତି ଚରଣ । ଅନ୍ୟପଟେ ଏହି ଘଟଣାକୁ ନେଇ ଆଉ ଏକ କେସ୍ ୧୩୯/୨୦୨୧ ରେ ଏକ ମାମଲା ରୁଜୁ ହୋଇଥିବା ମଧ୍ୟ ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here