ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ, ନଗଦ ୬୦ ଲକ୍ଷ ଟଙ୍କା ସହ ୨କୋଟି ଉର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ

0
250

ବ୍ରହ୍ମପୁର,୦୨/୦୩/୨୦୨୧:ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଆଜି ଚଢ଼ାଉ କରିଛନ୍ତି। ବ୍ରହ୍ମପୁରରେ ଥିବା ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ଼ ଅଫିସ ଓ ଛଅମାଇଲରେ ଥିବା ଇଟା ଫ୍ୟାକ୍ଟ୍ରି ସମେତ ଏକା ସାଙ୍ଗ ରେ ୬ ଟି ସ୍ଥାନ ରେ ଚଢାଉ କରାଯାଇଥିଲା। ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ଜର୍ଜ୍ ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ଚଢାଉ କରାଯିବା ସହ ପ୍ରାୟ ୨ କୋଟି ଟଙ୍କା ର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସପି ଶାନ୍ତନୁ ପାଢ଼ୀ ସୁଚନା ଦେଇଛନ୍ତି।ସ୍ଥାବର ଓ ଅସ୍ଥାବର ସଂପତ୍ତି ମଧ୍ଯ ରେ ରହିଛି ପାରଳାଖେମୁଣ୍ଡିରେ ଥିବା ଦୁଇ ମହଲାଘରର ମୂଲ୍ୟ ୩୬ ଲକ୍ଷ ୪୬ହଜାର ୫୭୬ ଟଙ୍କା, ଇଟା କାରଖାନାର ମୂଲ୍ୟ ୨୧ ଲକ୍ଷ ୯୨ହଜାର ୧୬୪ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୭ଟି ପ୍ଲଟ୍ ଯାହାର ମୂଲ୍ୟ ୭ ଲକ୍ଷ ୫୫ହଜାର ୫୦୫ ଟଙ୍କା, ଅନ୍ୟମାନଙ୍କ ନାମରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୨୯ହଜାର, ଖୋର୍ଦ୍ଧାରେ ଥିବା ଏକ ପ୍ଲଟ୍ ଯାହାର ମୂଲ୍ୟ ୧୬୯୫୫ ଟଙ୍କାର ସଂପତ୍ତି ସହ ଘର ର ଆସବାବପତ୍ର ମୂଲ୍ୟ ୪ଲକ୍ଷ ୬୯ହଜାର ୪୫୯ଟଙ୍କା, ନଗଦ ୬୦ଲକ୍ଷ ୯୦ହଜାର ୬୪୦ ଟଙ୍କା, ୟାମା ମୋଟରସାଇକେଲ, ସୁଇଫଟ ଡ଼ିଜାଇର କାର୍‌, ପେସନ ପ୍ରୋ ମୋଟର ସାଇକେଲ୍‌ର ମୂଲ୍ୟ ୧୦ ଲକ୍ଷ ୩୨ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ଥିବା ୬୬ଲକ୍ଷ ୮୯ହଜାର ୨୭୧ ଟଙ୍କା, ୪ଲକ୍ଷ ୩ହଜାର ୯୦ ଟଙ୍କାର ସୁନା ଅଳଙ୍କାର, ୨୫ହଜାର ୩୦ ଟଙ୍କା ରୂପା ଅଳଙ୍କାର ଆଦି ଠାବ ହୋଇଛି। ସମୁଦାୟ ସଂପତ୍ତିର ପରିମାଣର ୨ କୋଟି ୧୩ ଲକ୍ଷ ୪୯ହଜାର ୭୨୩ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସେନାପତି ୧୯୯୭ରେ ଚାକିରିରେ ଯୋଗ ଦେଇଥିବାବେଳେ ବର୍ତ୍ତମାନ ରାୟଗଡ଼ା ବ୍ଲକ୍‌ର ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।ଏନେଇ ଭିଜିଲାନ୍ସ ବିଭାଗ ରେ ଏକ ମାମଲା ୦୧/୨୦୨୧ ରୁଜୁ ହୋଇଥିବା ସୁଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here