ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ବୈଠକ

0
154

ବୁଗୁଡା,୦୨/୦୩/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାରେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ଏକ ବୈଠକ ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପରେ ଫେବୃୟାରୀ ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚ ଠାକୁରାଣୀ ଯାତ୍ରା କମିଟିର ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ ପଞ୍ଚ ଠାକୁରାଣୀ ଯାତ୍ରା ୨୦୨୧ ମଇ ୦୫ ତାରିଖ ଠାରୁ ଆରମ୍ଭ ହୋଇ ୧୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିଲା। ୧୧ ମାର୍ଚ୍ଚ ୨୦୨୧ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ ଠିକ କରାଗଲା । ପୁଣି ୨୧ ମାର୍ଚ୍ଚ ୨୦୨୧ ତାରିଖ ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ପରିଚାଳନା ବିଷୟରେ ଆଲୋଚନା କରିବାକୁ ସ୍ଥିର ହେଲା। ଶୁଭଖୁଣ୍ଟି ସ୍ଥାପନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ଯାତ୍ରା କମିଟିର ସାଧାରଣ ସମ୍ପାଦକ ବିଶ୍ୱମୋହନ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ଭକ୍ତରାମ ଦାସ, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଦାଶ, ଉପସଭାପତି ମନୋଜ କୁମାର ସାହୁ, ସୁଧାଂଶୁ ଶେଖର ପାଢ଼ୀ ଓ ପ୍ରଦୀପ କୁମାର ଦାଶ, କୋଷାଧ୍ୟକ୍ଷ କାଳୀ ଚରଣ ଦାଶ, ଶରତ ଚନ୍ଦ୍ର ମହାରଣା, ହର ପ୍ରସାଦ ଦାଶ, ରଘୁନାଥ ସାହୁ, ରାଜେନ୍ଦ୍ର କୁମାର ପାଢୀ, ପ୍ରଦ୍ୟୁମ୍ନ କୁମାର ପାତ୍ର, ମଦନ ଗୋପାଳ ଦୋରା, ଗଙ୍ଗାଧର ବିଷୋୟୀ, ବାବାଜୀ ନାୟକ ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here