ବୁରୁଝୋଳାରେ ପୋଷାକ ବଣ୍ଟନ ମେଳା

0
199

ବୁଗୁଡା, ୦୨/୦୩/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ବୁରୁଝୋଳା ପ୍ରାଥମିକ ବିଦ୍ୟାଳୟରେ ଫେବୃଆରୀ ୨ ତାରିଖ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ବୁଟ୍ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ମାନସ ରଞ୍ଜନ ସେଠୀ, ଭବାନୀ ପାତ୍ର ଓ ଆଶୁତୋଷ ମିଶ୍ର ଏବଂ ଏସଏମସି ସଭାନେତ୍ରୀ ଭାଗ୍ୟବତୀ ପ୍ରଧାନ ଯୋଗଦେଇ ଥିଲେ। ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏରାଗୁଲ ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ବୁଟ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ସହଯୋଗ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here