“ଗୀତା ଆବୃତି ପ୍ରତିଯୋଗିତା

0
296

ବ୍ରହ୍ମପୁର,୦୧/୦୩/୨୦୨୧:ପବିତ୍ର ଗୀତା, ବେଦ ଓ ଉପନୀଷଦର ବାଣୀର ପ୍ରଚାର ଓ ପ୍ରସାର ପାଇଁ ସଂକଳ୍ପ ନେଇଥିବା ଚିନ୍ମୟ ମିସନ ର ଗୋବିନ୍ଦ ବିହାର ସ୍ଥିତ ଚିନ୍ମୟ ମିସନ୍ ନଗର କେନ୍ଦ୍ର ଶାଖାରେ ଗତକାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଏକ ଗୀତା ଆବୃତି ପ୍ରତିଯୋଗିତା ମିସନ ମୁଖ୍ୟ ସ୍ବାମି ସଦାଶିବାନନ୍ଦଜୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୮୩ ଜଣ ପ୍ରତିଯୋଗି ଭାଗ ନେଇଥିଲେ॥ ସଭାପତି ଶ୍ରୀ ପୁରୁଷୋତମ ଦାସ, କୋଷାଧ୍ଯକ୍ଷ ଶ୍ରୀ ଅନିଲ କୁମାର ପାତ୍ର ଓ ଶ୍ରୀମତି ଗିତା ଭଉଣୀ ବିଚାରକ ଦାୟିତ୍ବ ତୁଲାଇଥିଲେ। ମୁଖ୍ୟ ଅତିଥି ରୂପେ ଡା.ସଂକର୍ଷଣ ପାତ୍ର ଯୋଗ ଦେଇ ବିଜୟୀ ପ୍ରତିଯୋଗି ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ ଓ ସମସ୍ତ ପ୍ରତିଯୋଗି ଙ୍କୁ ପ୍ରମାଣପତ୍ର ଦେଇଥିଲେ। ସେ ତାଙ୍କର ଅଭିଭାଷଣରେ ମାନବ ଜାତି ର କଲ୍ୟାଣ ପାଇଁ ଦୁର୍ଲଭ ଗୀତା ଜ୍ଞାନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ॥ ପରିଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ॥

LEAVE A REPLY

Please enter your comment!
Please enter your name here