ଉଦଘାଟିତ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା

0
309

ବ୍ରହ୍ମପୁର, ୦୧/୦୩/୨୦୨୧:ବ୍ରହ୍ମପୁରରେ ଆରମ୍ଭ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା । ସହରର ସିଟି ହାଇସ୍କୁଲ ପଡିଆ ଠାରେ ମେଳାର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଵ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ହର୍ବାଲ ମେଳାର ଅଧ୍ୟକ୍ଷ ତଥା ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଆୟୁର୍ବେଦ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଆରସିସିଏଫ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ମୁଖ୍ୟ ଔଷଧିୟ ବୃକ୍ଷ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ କୁମାର ଝା , ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପରିଷଦ ଅଧକ୍ଷ ସୋନମ ପଲାଇ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତାତ୍ରୟ ଭାଉସାହେବ,ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ଵନ୍ଦାର, ଉପଜିଲ୍ଲାପାଳ କୀର୍ତି ଭାସନ ଭି ପ୍ରମୁଖ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ । ଏହାସହ ବୈଦ୍ୟ, ଆୟୁର୍ବେଦ ଡାକ୍ତର, ପରିବେଶ ପ୍ରେମୀ ତଥା ସହରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଆଧୁନିକ ଜୀବନ ଶୈଳୀ ପ୍ରଭାବରେ କ୍ରମଶଃ ବହୁ ଆହ୍ୱାନର ଶିକାର ହୋଇ ରୋଗ ପ୍ରତିଷେଧକ ଶକ୍ତି କ୍ଷୟ କାରଣରୁ ଦୁଃସାଧ ବ୍ୟାଧି ଜନ୍ମ ନେଉଛି। ଏଣୁ ଆୟୁର୍ବେଦ ଜଡିବୁଟି ଔଷଧ ମାନବ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷା କବଚ ଭାବେ ସାରା ବିଶ୍ୱରେ ଲୋକପ୍ରିୟ। ତେବେ ରାଜ୍ୟ ଔଷଧ ପରିଷଦ ବୃକ୍ଷ ଓ ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ଆୟୋଜନ କରୁଥିବା ଏହି ହର୍ବାଲ ମେଳାର ଲୋକପ୍ରିୟ ବୃଦ୍ଧି ପାଇବା ଏକ ସୁଖଃଦ ସନ୍ଦେଶ ଓ ସରକାରଙ୍କ ଫଳପ୍ରସୂ କାର୍ଯ୍ୟକ୍ରମ ବୋଲି ଅତିଥି ଭାବେ ମତ ପ୍ରକାଶ କରିଥିଲେ। ଵ୍ରହ୍ମପୁର ହର୍ବାଲ ମେଳା ଦୀର୍ଘ ୧୧ ବର୍ଷ ଧରି ଅୟୋଜିତ ହୋଇଆସୁଛି। ଵ୍ରହ୍ମପୁର ହର୍ବାଲ ମେଳାର ନୋଡାଲ ଅଫିସର ଏ.ସି. ଏଫ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here