ଜଉଗଡ଼ ମହୋତ୍ସବ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ

0
266

ବ୍ରହ୍ମପୁର,୦୧/୦୩/୨୦୨୧: ପୁରୁଷୋତ୍ତମପୁର ଏନ୍ ଏ ସି ଅନ୍ତର୍ଗତ ପାଣ୍ଡିଆ ସ୍ଥିତ ଜଉଗଡ଼ ଠାରେ ଅନୁଷ୍ଠିତ ଜଉଗଡ଼ ମହୋତ୍ସବକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ପ୍ରାଚୀନ ରୁଷିକୂଲ୍ୟା ନିକଟରେ ଥିବା ଏଭଳି ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥଳକୁ ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକଲୋଚନକୁ ଆଣିବା ଅଭିପ୍ରାୟରେ ପ୍ରଥମ ଥର ପାଇଁ ଏହି ମହୋତ୍ସବ ଆୟୋଜନ ହୋଇଛି । ଏହି ମହୋତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ଓଟିଡିସି ଅଧକ୍ଷା ଶ୍ରିମୟୀ ମିଶ୍ର, ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ,ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଓ ପିଡି ସମେତ ଅନ୍ୟାନ୍ୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ପ୍ରମୂଖ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଦୀର୍ଘ ତିନିଦିନ ଧରି ଚାଲିବ ବୋଲି ସୂଚନା ମିଳିଛି । ଶେଷରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲା

LEAVE A REPLY

Please enter your comment!
Please enter your name here