ମଣ୍ଡିରେ ଧାନ ସଂଗ୍ରହ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

0
277

ବୁଗୁଡା,୦୧/୦୩/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ତୁରନ୍ତ ମଣ୍ଡିରେ ଧାନ କିଣିବା ପାଇଁ ବୁଗୁଡା ତହସିଲଦାରଙ୍କୁ ମାର୍ଚ୍ଚ ୦୧ ତାରିଖ ଦିନ ଦାବିପତ୍ର ପ୍ରଦାନ କରିଛନ୍ତି । ଉତ୍ପାଦିତ ଧାନକୁ ଏଯାବତ ପ୍ରଶାସନ ଚାଷୀଙ୍କ ଠାରୁ କ୍ରୟ କରିବାରେ ବିଳମ୍ବ ଯୋଗୁଁ ଚାଷିମାନେ ଆଜି ଏକତ୍ରିତ ହୋଇ ତହସିଲଦାରଙ୍କୁ ଭେଟିଥିଲେ।କେତେକ ଚାଷିଙ୍କୁ ଟୋକେନ୍ ଦିଆ ଯାଇଥିବା ବେଳେ ଧାନ କ୍ରୟ ନକରିବା, ଅନ୍ୟ ଚାଷି ମାନଙ୍କୁ ଧାନ ବିକ୍ରିପାଇ ଟୋକେନ୍ ପ୍ରଦାନ ମୁଖ୍ୟ ଦାବିଥିଲା। ଚାଷୀମାନେ ଖଳାରେ ଜମା କରିଥିବା ଧାନ ବର୍ଷା ଓ ନିଆଁ ରେ କ୍ଷତି ହେବା ଭୟ ଥିବା ବିଷୟ ମଧ୍ୟ ତହସିଲଦାରଙ୍କୁ ଅବଗତ କରାଇଥିଲେ। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନକୁ ମଣ୍ଡି ମାଧ୍ୟମରେ କ୍ରୟ କରାଯିବ ବୋଲି କହିବା ସହ ଯେଉଁ ମାନଙ୍କ ଟୋକେନ୍ ସମୟ ଶେଷ ହେବାକୁ ଯାଉଛି ସେମାନଙ୍କ ଧାନ ତୁରନ୍ତ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here