ଭିନ୍ନକ୍ଷମଙ୍କୁ ମିଳିଲା ବ୍ୟାଟେରୀ ଚଳିତ ତିନି ଚକିଆ ସାଇକେଲ ।

0
354

ପୋଲସରା, ୦୧/୦୩/୨୦୨୧:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶଙ୍କର୍ଷଣ ସାହୁଙ୍କୁ ମାର୍ଚ୍ଚ ୦୧ ତାରିଖ ଦିନ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ସ୍ୱାବାଲମ୍ବୀ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପୋଲସରା ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ଶଙ୍କର୍ଷଣଙ୍କୁ ପ୍ରଦାନ କରାଯାଇଥିଲା। ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବି.ଏସ.ଏସ.ଓ. ଦାୟିତ୍ୱରେ ଥିବା ଜିପିଓ ଗୋପବନ୍ଧୁ ବେହେରା ଙ୍କ ସମେତ ଭିନ୍ନକ୍ଷମଙ୍କ ମଙ୍ଗଳପାଇଁ କାର୍ଯ୍ୟ କରୁଥିବା ସମାଜସେବୀ ଜଳନ୍ଧର ଭାଇ ଓ ଗୌତମ ଭାଇ ପ୍ରମୂଖ ଉପସ୍ଥିତ ଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here