ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ସଭା ।

0
211

ବୁଗୁଡା, ୨୮/୦୨/୨୦୨୧: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୩ ନଂ ୱାର୍ଡ କାଦପଡ଼ାରେ ଫେବୃୟାରୀ ୨୮ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭୂମି ପୂଜା କରିବା ସହ ୱାର୍ଡ଼ର ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା ସଭା କରିଥିଲେ। ଆଲୋଚନା ସଭାରେ ୧୩ ନମ୍ବର ୱାର୍ଡ଼ କାଦପଡା ଗ୍ରାମ୍ୟ କମିଟି ସଭାପତି ରାମାନୁଜ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସଭାରେ ପୂର୍ବତନ କାଉନସିଲର ସୁରେନ୍ଦ୍ର ବିଶ୍ୱାଳ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ଗ୍ରାମବାସୀଙ୍କ ସହ ବିଧାୟକ ମନଖୋଲା ଆଲୋଚନା କରିବା ସହ କେତକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here