ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର

0
139

ବ୍ରହ୍ମପୁର,୨୮/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଓଡିଶା ମୋ ପରିବାର ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଗୋଶାଣୀନୂଆଗାଁ ସ୍ଥିତ କେସି ହାଇ ସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିଲା ଯାହାଫଳରେ ରୋଗୀମାନେ ରକ୍ତ ଅଭାବରୁ ମୃତୁ ମୁଖରେ ନ ପଡନ୍ତି ଏହାକୁ ଦୃଷ୍ଟିରେ ରଖି ବିଜେଡି ଯୁବନେତା ଧୀରଶ ସାବତ ନେତୃତ୍ୱ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଉଦଘାଟନ କରିଥିଲେ l ମୋ ପରିବାର ସଂଯୋଜକ ସୁବାସ ମହାରଣା, ଭଗବାନ ଗନ୍ତାୟତ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ପାତ୍ର,ଡି ସୂର୍ଯ୍ୟ ପ୍ରକାଶ ରାଓ,ରବି ସାହୁ, ମଦନ ଦଳାଇ, ସଞ୍ଜିତ ପାଣିଗ୍ରାହୀ ଓ ବିଜେଡି ଯୁବ ସଭାପତି ଅଜିତ ପଣ୍ଡା ଏହି ଶିବିରକୁ ସହଯୋଗ କରିଥିଲେ l ଏହି ରକ୍ତଦାନ ଶିବିରରେ ପ୍ରାୟ ୫୦୦ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା l

LEAVE A REPLY

Please enter your comment!
Please enter your name here