ଶିକ୍ଷକ ସୁରେଶ କୁମାର ବାରିକ ଙ୍କ ପିତୃ ବିୟୋଗ

0
167

ବ୍ରହ୍ମପୁର,୨୭.୦୨.୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡା ଗ୍ରାମ ର ତଥା ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁରେଶ କୁମାର ବାରିକ ଙ୍କ ପିତା ସ୍ଵର୍ଗତ ବିଜୟ ବାରିକ ଙ୍କ(୬୪) ବର୍ଷ ବୟସରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ ରେ ଗତକାଲି ଚିକିତ୍ସିତ ଅବସ୍ଥା ରେ ଅପରାହ୍ନ ସମୟରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ସରଳ, ନମ୍ର, ଭଦ୍ର, ଧର୍ମପରାୟଣ ବ୍ଯକ୍ତି ଥିଲେ । ତାଙ୍କର ଦେହାନ୍ତ ରେ ତାଙ୍କ ଗାଁ ଏବଂ ବନ୍ଧୁ ପରିଜନ ଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବଡ଼ ପୁଅ ସୁରେଶ ମୁଖାଗ୍ନି ଦେଇଥିବା ବେଳେ, ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here