ଅବକାରୀ ଚଢାଉ, ୨ ଅଟୋ, ୫୦ ପେଟି ନକଲି ମଦ ସହ ୫ ଗିିରଫ

0
166

ବ୍ରହ୍ମପୁର,୨୭/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷ ରୁ ବଡଧରଣ ଚଢ଼ାଉ ହୋଇଛି। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଚାଲିଥିବା ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ କରାଯାଇଛି। ପ୍ରାୟ ୩୦୦ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଓ ଲେବଲ ଜବତ କରାଯାଇଥିବା ଜଣାଯାଇଛି।ଏହା ସହ ୫ ଜଣ ଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ଯକ୍ତି ମାନେ ହେଲେ ସୁକୁଣ୍ଡା ଆଦିତ୍ୟ ବିହାର ର ରବିନ୍ଦ୍ର ପାଣିଗ୍ରାହୀ, କାଳପାତ୍ର ସାହି ର ନାରାୟଣ ବିଷୋୟୀ, ଶାନ୍ତି ନଗର ର ଏମ. ଆଶିଷ କୁମାର ରାଓ, କେ. ବରିଡା, ବେଗୁନିଆପଡ଼ା ର ଶ୍ରୀକାନ୍ତ କୁମାର ବେହେରା, ବ୍ରହ୍ମପୁର ଗଣେଶ ନଗର ର ସନ୍ତୋଷ ସ୍ବାଇଁ।ଏହା ସହ
ପରିବହନ ପାଇଁ ବ୍ୟବହୃତ ୨ ଅଟୋ ଓ ଲକ୍ଷାଧିକ ଟଙ୍କାର ନକଲି ମଦ ପ୍ରସ୍ତୁତି ସାମଗ୍ରୀ ମେସିନ ଜବତ କରାଯାଉଥିବା ଅବକାରୀ ବିଭାଗ ପକ୍ଷ ରୁ ସୁଚନା ଦେଇଛନ୍ତି। ଏହି ଚଢାଉ ରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ସବ୍ ଇନ୍ସପେକ୍ଟର ବିଶ୍ବଜିତ ଦାସ, ସଞ୍ଜୟ କୁମାର କାଣ୍ଡ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here