ବେଗୁନିଆପଡା ସମ୍ବାଦ ସହିତ୍ୟଘରର ବସନ୍ତ ଆସର

0
145

 

ବ୍ରହ୍ମପୁର, ୨୭/୦୨/୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ‘ସମ୍ବାଦ ସାହିତ୍ୟଘର’ ର ବସନ୍ତ ଆସର ପବିତ୍ର ମାଘ ପୂର୍ଣ୍ଣିମା ଦିନ ବେଗୁନିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଉପସଭାପତି ଶୁଭକାନ୍ତ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ରବୀନ୍ଦ୍ରନାଥ ମହାରଣା ବିବରଣୀ ପାଠ କରିବା ସହ ଦେବେନ୍ଦ୍ର କୁମାର ମହାରଣା ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ବୈଠକରେ ସାହିତ୍ୟଘର ଉପଦେଷ୍ଟା ପ୍ରଭାତ କୁମାର ମିଶ୍ର ବରିଷ୍ଠ ସଦସ୍ୟ ରବି ନାରାୟଣ ଶତପଥି , କୋଷାଧ୍ୟକ୍ଷ ପି. କୃଷ୍ଣ ଚନ୍ଦ୍ର ଦୋରା, ପ୍ରମୁଖ ସାହିତ୍ୟଘରର ଉନ୍ନତି ପାଇଁ ସମସ୍ତ ବୁଦ୍ଧିଜୀବୀ ଓ ସାହିତ୍ୟିକ ତଥା ଛାତ୍ରଛାତ୍ରୀ ଓ ସାହିତ୍ୟକୁ ଭଲପାଉଥିବା ବ୍ୟକ୍ତିଙ୍କର ଉଦ୍ୟମ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ । ବେଗୁନିଆପଡା ସମ୍ବାଦ ସାହିତ୍ୟଘରର ପରବର୍ତ୍ତୀ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା। କରୋନା ପାଇଁ ଆସର ଗୁଡିକ ଉପରେ ରୋକ ଲାଗିଥିବା ବେଳେ ବର୍ତମାନଏହାକୁ ଗତିଶୀଳ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏହି ଆସରରେ ଅନ୍ୟମାନଙ୍କ ମଧ୍ୟରେ କଳ୍ପଳତା ମହାପାତ୍ର, ସୁଧାକର ପରିଡା, ଅଞ୍ଜନା ବେହେରା, ଉମା ଶଙ୍କର ସାହୁ, ଛବିତା କୁମାରୀ ମହାରଣା, ପ୍ରକାଶ ଚନ୍ଦ୍ର ଜେନା, ମମତା ସୁଆର, ପ୍ରଶାନ୍ତ କୁମାର ମୁଦୁଲି,ଗୋବିନ୍ଦ ଚନ୍ଦ୍ର ଜେନା ଙ୍କ
ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ କବିତା ପାଠ ଉତ୍ସବରେ ସାମିଲ ଥିଲେ। ବୈଠକ ଆରମ୍ଭରେ ଓଁ କାର ଧ୍ୱନି ସହ ଗାୟତ୍ରୀମଂତ୍ର ଜପ କରାଯାଇଥିଲା। ପରେ ପ୍ରଶାନ୍ତ ମୁଦୁଲି ଏକ ଭଜନ ଗ।ନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସର୍ବ ଶେଷରେ ପ୍ରକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here