ଚାଙ୍ଗୁଡିଦେଇ ପାହାଡ଼ ଅଧିଷ୍ଠିତ ଶ୍ରୀ ଶ୍ରୀ ଶ୍ରୀ ବୀର ହନୁମାନ ଗୁମ୍ଫାରେ ୧୦୮ ଭାଗବତ ମିଳନ ସହ ମାଘ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଟିତ ।

0
168

ବ୍ରହ୍ମପୁର,୨୭/୦୨/୨୦୨୧: ସାନଖେମୁଣ୍ଡି ବ୍ଲକ ଅଧିନ ମୌଲାଭଂଜା ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ନିକଟ ମଥୁରା ଗ୍ରାମସ୍ଥ ଚଙ୍ଗୁଡିଦେଇ ପର୍ବତ ପାଦଦେଶରେ ବିଜେ ଶ୍ରୀ ଶ୍ରୀ ଶ୍ରୀ ବୀର ହନୁମାନ ଗୁମ୍ଫା ସିଦ୍ଧ ପୀଠରେ ପାରମ୍ପରିକ ରୀତିରେ ମାଘ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଟିତ ହୋଇଅଛି । ମାଘ ଶୁକ୍ଳ ତ୍ରୟୋଦଶୀ ତିଥି ଗୁରୁବାର ଠାରୁ ତିନି ଦିନ ବ୍ୟାପୀ ଚାଲିଥିବା ଏହି ଯାତ୍ରା ଉତ୍ସବରେ ଭାଗବତ ପାରାୟଣ , ଘୃତାଯଜ୍ଞା , ନାମ ସଂକୀର୍ତ୍ତନ ଆଦି ଆୟୋଜନ ସହ ସ୍ଥାନୀୟ ଭାଗବତ ଗାଦି ଠାରେ ୧୦୮ ଭାଗବତ ମିଳନ ସମାରୋହ ଅନୁଷ୍ଠିତ ହୋଇଅଛି ।

ମାଘ ପୂର୍ଣ୍ଣିମା ଯାତ୍ରା ଭାବେ ଅଞ୍ଚଳରେ ଖ୍ୟାତି ଲାଭ କରିଥିବା ଏହି ଯାତ୍ରା ଉତ୍ସବ କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏବଂ ଭାଗବତ ବିଶ୍ବାସୀ ଏକତ୍ର ହୋଇ ଶ୍ରୀ ବୀର ହନୁମାନଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି । ଏହାସହିତ ଗୁମ୍ଫା ନିକଟରେ ଥିବା ଭାଗବତ ଗାଦିରେ ଭଗବତ ଚର୍ଚ୍ଚା କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ଯାତ୍ରା ପରିଚାଳନା କମିଟି ତରଫରୁ ଉପଯୁକ୍ତ ପ୍ରାବଧାନ ସହକାରେ ଯାତ୍ରା ପାଳନ ହେଉଥିବା ଦେଖିବାକୁ ମିଳିଅଛି । ଯଥାବିଧି ପ୍ରକାରେ କଳସ ଯାତ୍ରା , ବ୍ରାହ୍ମଣ ବରଣ ଏବଂ ନାମାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

ହନୁମାନ ଗୁମ୍ଫା ପରିଚାଳନା କମିଟିର ୨୧ ଜଣିଆ ସଦସ୍ୟଙ୍କ ସହ ସଭାପତି ରବିଚନ୍ଦ୍ର ଗୌଡ ଏବଂ ଭାଗବତ ଗାଦି ପରିଚାଳକ ଶ୍ରୀ ଗଣେଶ ବାବାଙ୍କ ମିଳିତ ତତ୍ବାବଧାନରେ ସମ୍ପାଦକ ସିମାଞ୍ଚଳ ପାଣିଗ୍ରାହୀ , ଉପସଭାପତି କାଳୁ ଚରଣ ବେହେରା , କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ପରିଚାଳନା କରୁଥିବା ଜଣା ଯାଇଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here