ପଥର ଚୋର ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଜବତ, ଦୁଇ ଡ୍ରାଇଭର ଅଟକ ।

0
178

ପୋଲସରା, ୨୩/୦୨/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା ଇଲାକାରେ ଫେବୃୟାରୀ ୨୩ ତାରିଖ ଦିନ ଦୁଇଟି ଟ୍ରାକ୍ଟର ଦ୍ୱାରା ଲଘୁ ଖଣିଜ ସମ୍ପଦ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ପୋଲସରା ପୋଲିସ ଟ୍ରାକ୍ଟର ଦୁଇଟି ଜବତ କରିବା ସହ ଦୁଇ ଗାଡିର ଡ୍ରାଇଭର ଦ୍ୱୟଙ୍କୁ ଅଟକ ରଖିଥିବା ଜଣାପଡିଛି। ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଳିକ ପେଟ୍ରୋଲିଂ ରେ ଯାଇଥିବା ବେଳେ ଦୁଇଟି ଟ୍ରାକ୍ଟରରେ ଲଘୁ ଖଣିଜ ପଦାର୍ଥ ପଥର ବୋଝେଇ ହୋଇ ଯାଉ ଥିବା ବେଳେ ଟ୍ରାକ୍ଟର ଦୁଇଟିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣାପଡିଥିଲାଯେ ଦୁଇଟି ଟ୍ରାକ୍ଟରରେ ବେଆଇନ ଭାବେ ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିଲା।ପଥର ବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବତ କରି ମାମଲା ରୁଜୁ କରିବା ସହ ଦୁଇ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ଆଇଆଇସି ଶ୍ରୀ ମଳିକ ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here