ବାଇକ ଦୁର୍ଘଟଣାରେ ତିନି ଜଣ ଛାତ୍ର ଆହତ

0
176

ବୁଗୁଡା, ୨୩/୦୨/୨୦୨୧: ବୁଗୁଡା ପିପୁଲସ କଲେଜର ତିନି ଜଣ ଛାତ୍ର ଫେବୃୟାରୀ ୨୩ ତାରିଖ ଦିନ ବାଇକରେ କଲେଜ ଯାଉଥିବା ବେଳେ ଆଦିପୁର ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛି। ବୁଗୁଡା ପିପୁଲସ କଲେଜର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ର ଅଶୋକ କୁମାର ପ୍ରଧାନ, ପ୍ରଦୀପ କୁମାର ଜେନା ଓ କାହ୍ନୁ ଚରଣ ନାୟକ ତିନି ଜଣ ଏକ ବାଇକରେ କଲେଜ ଯାଉଥିବା ବେଳେ ଆଦିପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆହତ ତିନି ଛାତ୍ରଙ୍କୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅଶୋକ କୁମାର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here