ଗୋପାଳପୁର ବନ୍ଦର ଶ୍ରମିକ ଙ୍କୁ ସବୁଦିନିଆ କାମ ଯୋଗାଇ ଦେବା ଦାବିରେ AITUC ତରଫ ରୁ ଗଞ୍ଜାମ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
159

ଛତ୍ରପୁର,୨୩/୦୨/୨୦୨୧:ଗୋପାଳପୁର ବନ୍ଦର ସମସ୍ତ ତାଲିକା ଯୁକ୍ତ ଶ୍ରମିମାନଙ୍କୁ ବର୍ଷ ସାରା କାମ ଯୋଗାଇ ଦେବା ଦାବିରେ ଆଜି ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱର୍କ୍ସ ଉନିଅନ AITUC ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ବନ୍ଦର କର୍ତ୍ତୁପକ୍ଷ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ସବୁଦିନିଆ କାମ ଯୋଗାଇବାରେ ବିଫଳ ହୋଇଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଆଗାମୀ ୧ ସପ୍ତାହ ମଧ୍ଯ ରେ ଗୋପାଳପୁର ପୋର୍ଟ ଶ୍ରମିକ ମାନଙ୍କୁ ସବୁଦିଆ କାମ ଯୋଗଇଦେବା ମୂର୍ତ ବୟସ୍କ ତଥା ଅସମର୍ଥ ଶ୍ରମିକ ମାନଙ୍କ ପରିବାର ର ସଦସ୍ୟ କୁ କାମ ଦେବା ଏବଂ ପୋର୍ଟ ପରିସର ରେ ଚାଲିଥିବା ନିର୍ମାଣ ଚାଲିଥିବା ଶ୍ରମିକ ମାନଙ୍କୁ ଅଗ୍ରାଧିକାର ଦାବିରେ ମାର୍ଚ୍ଚ ମାସ ୩ ଠାରୁ ଲଗାତାର ଭାବେ ଜିଲ୍ଲା ପାଳ ଙ୍କ ଅଫିସ ଅଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଥିଲେ।
ଏହି ବିକ୍ଷୋଭ ସ୍ଥଳ ରେ ସୁପରଭାଇଜର ଆଣ୍ଡ ୱେକସ ୟୁନିୟନ ସଭାପତି, ପ୍ରଶାନ୍ତ ପାଟ୍ଟଜୋଷି, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର CITU ନେତା ଯୁଧିଷ୍ଟିର ବେହେରା ,ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଭପତି ଦଣ୍ଡପାଣି ସାମଲ, ଯୁବ ନେତା ପ୍ରଦୀପ ସେଠୀ, ଶ୍ରମିକ ନେତା ହରିହର ପାତ୍ର, ଅଳକାନାଥ ମିଶ୍ର, କାମଦେବ ନାହାକ, ଦଇତାରୀ ରେଡ୍ଡୀ, ବୈରାଗୀ ରେଡ୍ଡୀ, ମାଗୁଣି ବିଷୋୟୀ, ଚାୟକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here