ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିନେଇ ମେଡିକାଲ ଛକ ଠାରେ ସଚେତନତା କାର୍ଯ୍ୟକ୍ରମ

0
170

ବ୍ରହ୍ମପୁର,୨୩/୦୨/୨୦୨୧: ବ୍ରହ୍ମପୁର ଠାରେ ବିମାନବନ୍ଦର ସ୍ଥାପନ ନେଇ ଆଜି ଏମକେସିଜି ମେଡିକାଲ ଛକଠାରେ ଜନସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ଇତିମଧ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ହଜାର ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି l “ଉଡ଼ାନ” ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନକରି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି l ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି l ସହଆବାହକ ଆଇନଜୀବୀ ଅବନୀ ଗୟା,ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲ୍ଲିକ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ଵଦେବ, ଧନୁର୍ଦ୍ଧର ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସlଲ୍ଲା କେଶବ ଲିଙ୍ଗମ, ଡ଼ଃ. ଶିବ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here