ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ନୀତିଗତ ନିଷ୍ପତ୍ତି ହୋଇନାହିଁ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

0
153

ଭୁବନେଶ୍ୱର,୨୩/୦୨/୨୦୨୧: ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁଆରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ୍ ଯିବାକୁ ଅନୁମତି ମିଳିଥିଲା। ପରେ ପରେ ନବମ, ଏକାଦଶ ସହିତ ଅଙ୍ଗନବାଡ଼ି ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା। ରାଜ୍ୟରେ କରୋନାର ପ୍ରକୋପ ବହୁତ କମି ଯାଇଥିବା ବେଳେ ଖୁବ୍‌ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ କିଛି ରାଜ୍ୟରେ ପୁଣି କରୋନାର ପ୍ରକୋପ ଦେଖାଯିବା ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ନୀତିଗତ ନିଷ୍ପତ୍ତି ହୋଇନାହିଁ ବେଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୁଚନା ଦେଲେ। ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକ୍‌ଡାଉନ୍ ଆରମ୍ଭ ହୋଇଛି। ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନି, ଏହା ଉପରେ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here