ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ର ଟିମ୍ ଘୋଷିତ, ବବିତା ପାତ୍ର ସାଧାରଣ ସମ୍ପାଦିକା, ମିନା ଦ୍ୟାନସମନ୍ତାରାୟ ଙ୍କୁ କାର୍ଯ୍ୟକାରିଣୀ ଦାୟିତ୍ବ

0
178

ବ୍ରହ୍ମପୁର,୨୩/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୁତି ପଟ୍ଟନାୟକ ରାଜ୍ୟ ମହିଳା ମୋର୍ଚ୍ଚା ର ଟିମ୍ ଘୋଷଣା କରିଛନ୍ତି। ଟିମ୍ ରେ ଗଞ୍ଜାମ ଜିଲ୍ଲାର ବବିତା ପାତ୍ର ଙ୍କୁ ପୂନର୍ବାର ସାଧାରଣ ସମ୍ପାଦିକା ଓ ମିନା ଦ୍ୟାନସମନ୍ତାରାୟ ଙ୍କୁ କାର୍ଯ୍ୟକାରିଣୀ ଦାୟିତ୍ବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ପାତ୍ର କହିଛନ୍ତି ସାଂଗଠନିକ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ବାସ ରଖି ମୋତେ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସମ୍ପୁର୍ଣ୍ଣ ନିଷ୍ଠାର ସହ ସମ୍ପାଦନ କରିବି ବୋଲି କହିବା ସହ ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂଗଠନ ସାଧାରଣ ସଂପାଦକ ଶ୍ରୀ ମାନସ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୁତି ପଟ୍ଟନାୟକ,ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା,ରାଜ୍ୟ ଉପସଭାପତି ଶ୍ରୀ ଭ୍ରୁଗୁ ବକ୍ସୀ ପାତ୍ର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ସମେତ ସମସ୍ତ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here