ଗାଁ ସାଥି ଏଣିକି ପାଇବେ କାମ ଓ ଭତ୍ତା।

0
197

ପୋଲସରା, ୨୨/୦୨/୨୦୨୧: ପୋଲସରା ବ୍ଳକରେ ନିଯୁକ୍ତି ପାଇଥିବା ୨୪୨ ଜଣ ଗାଁ ସାଥି ଏଣିକି କାମ ଓ ଭତ୍ତା ପାଇବେ ବୋଲି ପୋଲସରା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ପୋଲସରା ପଞ୍ଚାୟତ ସମିତିର ମନୋରଗା କାର୍ଯ୍ୟ ତଦାରଖା କରିବା ନିମନ୍ତେ ୨୪୨ ଜଣ ଗାଁ ସାଥି ଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପ୍ରାୟ ୪ ବର୍ଷ ହେଲା ଗାଁ ସାଥି ମାନଙ୍କୁ କାମ କିମ୍ବା ଭତ୍ତା ପ୍ରଦାନ କରା ଯାଉନଥିଲା। ଫଳରେ ସେମାନେ ଗଞ୍ଜାମ ଜିଲ୍ଲାପାଳ, ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ ଙ୍କୁ ବାରମ୍ବାର ସାକ୍ଷାତ କରି ଓ ଲିଖିତ ଭାବେ ଜଣାଇ କାମ ଯୋଗାଇ ଦେବା ସହିତ ଭତ୍ତା ପ୍ରଦାନ ପାଇଁ ଦାବି କରି ଆସୁଥିଲେ। ଆଜି ବ୍ଲକ ସହକାରୀ ଯନ୍ତ୍ରୀ ଗୋପାଳକୃଷ୍ଣ ଗୌଡ ଏବଂ କନିଷ୍ଠ ଯନ୍ତ୍ରୀ ସୁନିତା ଦାସ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଶଙ୍କର ନାରାୟଣ ସୁବୁଦ୍ଧି, ତାରିଣୀ ସାହୁ ଓ ସଶ୍ମିତା ବାରାଙ୍କ ଉପସ୍ଥିତି ରେ ଗାଁ ସାଥି ମାନଙ୍କ ସହିତ ଆଲୋଚନା କରିବା ପରେ ଏଣିକି ନିୟମିତ ଭାବେ କାମ ଯୋଗାଇ ଦେବା ସହିତ ଭତ୍ତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଫଳରେ ଗାଁ ସାଥି ମାନଙ୍କ ଦିର୍ଘ ଦିନର ଦାବି ହାସଲ ହୋଇଥିବା ଗାଁ ସାଥିମାନେ ପ୍ରକାଶ କରିଛନ୍ତି। ଚିତ୍ରସେନ ଦାସ,ସତୃଘନ ସାହାଣୀ,ଦାମୋଦର ସ୍ବାଇଁ,ରିତାଞ୍ଜଳି ପ୍ରଧାନ, ସଞ୍ଜୁକ୍ତା ଗୌଡ, ଗୀତାଞ୍ଜଳି ପ୍ରଧାନ ,ସୂର୍ଯ୍ୟକାନ୍ତ ସାହୁ ସମେତ ବହୁ ଗାଁ ସାଥି ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here