ମୁଣ୍ଡୁଳା ଠାରେ ଶ୍ରୀ ଅରବିନ୍ଦଙ୍କ ଦେହାନ୍ତ ପ୍ରତିଷ୍ଠାର ୩ୟ ବାର୍ଷିକ ଉତ୍ସବ ପାଳିତ ।

0
154

ବ୍ରହ୍ମପୁର,୨୨/୦୨/୨୦୨୧: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ଠାରେ ଶ୍ରୀ ଅରବିନ୍ଦଙ୍କ ଦେହାବଶେଷ ସ୍ଥାପନର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଭକ୍ତ ଯୋଗଦେଇ ପ୍ରଥମେ ପୀଠରେ ଧ୍ୟାନ ସହ ପୂଜା କରି ସଭାସ୍ଥଳରେ ପହଞ୍ଚିଥିଲେ।ପରେ ସେଠାରେ ‘ସମୟର ଡାକ’ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ରତ୍ନପ୍ରଭା ଦାଶ, ଶିବର।ମ ପଣ୍ଡା, ସସଧର ବେହେରା, ସୁଶାନ୍ତ ସ୍ୱାଇଁ ଓ କୀର୍ତ୍ତନ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଗୋବିନ୍ଦ ଜେନା ସଂଯୋଜନା କରିଥିବା ବେଳେ ସମସ୍ତ ଅପା, ଭାଇ ଓ ସ୍ଥାନୀୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here