ପୋଲସରା ରେ ଏଚ.ଡି.ଏଫ.ସି. ବ୍ୟାଙ୍କ ଶାଖା ଉଦଘାଟିତ ।

0
184

ପୋଲସରା,୨୨/୦୨/୨୦୨୧: ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଫେବୃୟାରୀ ୨୨ ତାରିଖ ଦିନ ଏଚ.ଡି.ଏଫ.ସି. ବ୍ୟାଙ୍କର ଶାଖା ପୋଲସରା ଏନଏସି ଅନ୍ତର୍ଗତ ରାଣୀପଡାରେ ଉଦଘାଟିତ ହୋଇଯାଇଛି। ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂତନ ଶାଖାକୁ ଉଦଘାଟନ କରିଛନ୍ତି।ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ,ପୋଲସରା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ, ଏଚଡିଏଫସି ବ୍ୟାଙ୍କ ମୁଖ୍ୟ ଦୀପକ କୁମାର ସିଂ, କ୍ଲଷ୍ଟର ମୁଖ୍ୟ ଦେବେନ୍ଦ୍ର ନାଥ ଜେନା,ସୌମେନ୍ଦ୍ର କର,ସଂଜୀବ ମହାପାତ୍ର, ପୋଲସରା ଶାଖା ପରିଚାଳକ ସୁଶାନ୍ତ କୁମାର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। ଏହି ବ୍ୟାଙ୍କ ବିଭିନ୍ନ ଶାଖାରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଆସିଥିବା ବେଳେ ପୋଲସରା ଅଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ବ୍ୟାଙ୍କ ତାର ସଫଳ ବ୍ୟବସାୟିକ ପାରଦର୍ଶିତା ପ୍ରଦର୍ଶନ କରିବ ବୋଲି ପୋଲସରା ଏଚଡ଼ିଏଫସି ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ମହାପାତ୍ର ପ୍ରକାଶ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here